ଓଡିଶା

odisha

By

Published : Jan 27, 2021, 1:00 PM IST

ETV Bharat / bharat

ଟ୍ରାକ୍ଟର ରାଲି ହିଂସା: ଭାଇରାଲ ଭିଡିଓକୁ ଅସ୍ବୀକାର କଲେ ରାକେଶ ଟିକାୟତ

ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରି ଲାଲକିଲ୍ଲାରେ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ । ଅଧିକ ପଢନ୍ତୁ...

ଭାଇରାଲ ଭିଡିଓକୁ ଅସ୍ବୀକାର କଲେ ରାକେଶ ଟିକାୟତ
ଭାଇରାଲ ଭିଡିଓକୁ ଅସ୍ବୀକାର କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରି ଲାଲକିଲ୍ଲାରେ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ । ସେ କହିଛନ୍ତି ଯେ ‘ଦୀପ ସିନ୍ଧୁ ଜଣେ ଶିଖ ନୁହଁନ୍ତି, ସେ ଜଣେ ବିଜେପି କର୍ମୀ। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଫଟୋ ରହିଛି’।

ଭାଇରାଲ ଭିଡିଓକୁ ଅସ୍ବୀକାର କଲେ ରାକେଶ ଟିକାୟତ

ସେ ଏହା ମଧ୍ୟ କହିଛନ୍ତି ଯେ, କୃଷକଙ୍କ ଆନ୍ଦୋଳନ ସେପରି ଚାଲିବ । କିଛି ଲୋକଙ୍କୁ ତୁରନ୍ତ ଏହି ସ୍ଥାନ ଛାଡିବାକୁ ପଡିବ । ଯେଉଁମାନେ ବ୍ୟାରିକେଡ୍ ଭାଙ୍ଗିଛନ୍ତି ସେମାନେ କେବେବି ଏହି ଆନ୍ଦୋଳନର ଅଂଶ ହେବେ ନାହିଁ । ଅନ୍ୟପକ୍ଷେ ଏକ ଭାଇରାଲ ଭିଡିଓରେ ରାକେଶ ଟିକାୟତ ତାଙ୍କ ସମର୍ଥକଙ୍କୁ ଲାଠି ସଜାଡି ରଖିବାକୁ କହିଛନ୍ତି । ଏନେଇ ସେ କହିଛନ୍ତି, ‘ ମୁଁ କହିଲି କି ନିଜ ଲାଠି ଆଣ । ଦୟାକରି ମତେ ଦେଖାନ୍ତୁ ବିନା ପତାକାରେ କୌଣସି ଲାଠି ଅଛି କି, ତେବେ ଯାଇଁ ମୁଁ ନିଜ ଭୁଲ୍ ମାନିବି’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details