ଓଡିଶା

odisha

ETV Bharat / bharat

ଦୁବାଇରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା, ପାକିସ୍ତାନୀ ଅଭିଯୁକ୍ତ ଗିରଫ - ଡୁବାଇରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା

ଦୁବାଇରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା । ତେବେ ଗତ ସପ୍ତାହରେ ଭାରତୀୟ ଦମ୍ପତିଙ୍କୁ ଜଣେ ପାକିସ୍ତାନୀ ନାଗରିକ ହତ୍ୟା କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହେଇଥିବା ଦେଖିବାକୁ ମିଳିଥିଲା ।ଏନେଇ ଦୁବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ଅଳଙ୍କାର ଉଦ୍ଧାର କରିଛି। ଅଧିକ ପଢନ୍ତୁ...

ଡୁବାଇରେ ପାକିସ୍ତାନୀ ନାଗରିକ ଦ୍ବାରା ଭାରତୀୟ ଦମ୍ପତ୍ତିଙ୍କ ହତ୍ୟା
ଡୁବାଇରେ ପାକିସ୍ତାନୀ ନାଗରିକ ଦ୍ବାରା ଭାରତୀୟ ଦମ୍ପତ୍ତିଙ୍କ ହତ୍ୟା

By

Published : Jun 24, 2020, 4:52 PM IST

ଦୁବାଇ: ଦୁବାଇରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା । ତେବେ ଗତ ସପ୍ତାହରେ ଭାରତୀୟ ଦମ୍ପତିଙ୍କୁ ଜଣେ ପାକିସ୍ତାନୀ ନାଗରିକ ହତ୍ୟା କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହେଇଥିବା ଦେଖିବାକୁ ମିଳିଥିଲା । ସେହି ଭାରତୀୟ ଦମ୍ପତ୍ତି ଗୁଜୁରାଟର ବୋଲି ଜଣାପଡ଼ିଛି । ଦମ୍ପତି ହେଉଛନ୍ତି 40 ବର୍ଷିୟ ହିରେନ ଆଧିଆ ଏବଂ ପତ୍ନୀ ବିଧି ଆଧିଆ । ତେବେ ଏହି ଘଟଣା ଜୁନ 18 ତାରିଖରେ ହୋଇଥିବା ସୂଚାନା ମିଳିଛି ।

ସେମାନେ ଆରବରେଞ୍ଚର ଏକ ଭିଲାରେ ରହୁଥିଲେ । ଏହି ଘଟଣା ଘଟିବା ସମୟରେ ତାଙ୍କ ଦୁଇ ପିଲା ମଧ୍ୟ ଘରେ ଥିଲେ । ତେବେ ବଡ଼ ଝିଅ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହେବା ପରେ ସେ ତାକୁ ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଆହତ ଅବସ୍ଥାରେ ଏମାନେ ଘରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ହିରେନ ଏକ ଶାରଜା ତେଲ ଏବଂ ଗ୍ୟାସ କଣ୍ଟ୍ରାକ୍ଟରର ଜଣେ ବରିଷ୍ଠ ନିର୍ଦ୍ଦେଶକ ଥିଲେ । ସେ ତାଙ୍କ ପରିବାର ସହିତ ପ୍ରାୟ ତିନି ବର୍ଷ ପୂର୍ବେ ଦୁବାଇ ଆସିଥିଲେ । ସୂଚନାନୁଯାୟୀ, ଅଭିଯୁକ୍ତ ଦୁଇ ବର୍ଷ ପୂର୍ବେ ସେହି ପରିବାରର ଘରେ କାମ କରୁଥିଲା ଏବଂ ତାକୁ ପରିବାରର ସମୃଦ୍ଧ ସ୍ଥିତି ବିଷୟରେ ଜଣାଥିଲା । ସେଥିପାଇଁ ସେ ସେଠାକୁ ଚୋରୀ ଉଦ୍ଦେଶ୍ୟରେ ଆସିଥିଲା । ଏନେଇ ଦୁବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ଅଳଙ୍କାର ଉଦ୍ଧାର କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details