ଓଡିଶା

odisha

ETV Bharat / bharat

ପଦାରେ ପଡିଲା ପାକ୍‌ର ମିଥ୍ୟା, ଏଲଓସିରେ କ୍ଲଷ୍ଟର ବୋମା ମାଡକୁ ଭାରତର ଖଣ୍ଡନ - ପାକିସ୍ତାନ

ଭାରତୀୟ ସେନା ସୀମାରେ କ୍ଲଷ୍ଟର ବୋମାର ମାଡ କରିଥିବା ଦାବି କରିଥିଲା ପାକ୍‌ । ଯାହାକୁ ଭାରତୀୟ ସେନା ଖାରଜ କରିଛି ।

ଫାଇଲ ଫଟୋ

By

Published : Aug 4, 2019, 1:21 AM IST

ନୂଆଦିଲ୍ଲୀ: ପୁଣିଥରେ ସାମ୍ନାକୁ ଆସିଲା ପାକିସ୍ତାନର ମିଥ୍ୟା । ଭାରତୀୟ ସେନା ସୀମାରେ କ୍ଲଷ୍ଟର ବୋମା ମାଡ କରିଥିବା ଦାବି କରିଥିଲା ପାକ୍‌ । ଯାହାକୁ ଖାରଜ କରିବା ସହ ପାକିସ୍ତାନର ମିଛକୁ ପଦାରେ ପକାଇଛି ଭାରତୀୟ ସେନା । ପାକିସ୍ତାନ ଆତଙ୍କବାଦୀଙ୍କୁ ସୀମା ଅନୁପ୍ରବେଶରେ ସାହାଯ୍ୟ କରିବା ପାଇଁ ଗୁଳିବିନିମୟ କରେ । ଯାହାର ଜବାବ ଆମେ ଦେଉ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ସୀମାରେ ଅନୁପ୍ରବେଶ ପାଇଁ ପ୍ରୟାସ କରିଥାଏ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଗୁଳିବିନିମୟ କରେ । ପାକ୍‌ ଗୁଳିବିନିମୟର ଜବାବ ଦେବାର ଅଧିକାର ଭାରତ ପାଖରେ ରହିଥିବା ଡାଇରେକ୍ଟର ଅଫ ମିଲିଟରି ଅପରେଶନ ଲେବଲର ବାର୍ତ୍ତାଳାପରେ ଆମେ ସର୍ବଦା କହିଆସୁଛୁ ବୋଲି ସେନା ପକ୍ଷରୁ କୁହାଯାଇଛି ।

ସେନା କହିଛି, ଆମେ କେବଳ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରୁଥିବା ଏବଂ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଜବାବ ଦେଉଛୁ । କ୍ଲଷ୍ଟର ବୋମା ମାଡ ଅଭିଯୋଗ ପାକିସ୍ତାନର ଛଳ, କପଟ ଏବଂ ଧୋକାର ଆଉ ଏକ ଉଦାହରଣ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପାକ୍‌ ସେନା ଭାରତ ବିରୋଧରେ ଅଭିଯୋଗ ଆଣି କହିଥିଲା, ଭାରତ କ୍ଲଷ୍ଟର ବୋମାର ବ୍ୟବହାର କରୁଛି । ଯାହା ଅନ୍ତରାଷ୍ଟ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ । ଏହାର ଆଲୋଚନା ହେବା ଉଚିତ ବୋଲି ପାକ୍‌ର ସେନା ପ୍ରବକ୍ତା କହିଥିଲେ ।

ABOUT THE AUTHOR

...view details