ଓଡିଶା

odisha

ETV Bharat / bharat

ଶାନ୍ତିରକ୍ଷା ପାଇଁ 10 ହଜାର ଟ୍ରୁପ୍ ନିୟୋଜିତ କଲା ସେନା - tightened security system

ଦେଶରେ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏକ କଠୋର ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଜାମ୍ମୁକାଶ୍ମୀର ବିଭିନ୍ନ ସ୍ଥାନରେ ସେନାର 10 ହଜାର ଟ୍ରୁପ୍ କୁ ନିୟୋଜିତ କରାଯାଇଛି ।

ଫାଇଲ ଫଟୋ

By

Published : Jul 27, 2019, 5:36 PM IST

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଆତଙ୍କବାଦ ଦମନ ଅଭିଯାନକୁ ଜୋରଦାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର। ଏହି ମର୍ମରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ଆତଙ୍କୀଙ୍କୁ ସାବାଡ୍ କରିବା ଲକ୍ଷ୍ୟରେ ଜାମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ 10 ହଜାର ଟ୍ରୁପ୍ କୁ ନିୟୋଜିତ କରିଛି ସେନା । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜାମ୍ମୁକାଶ୍ମୀର ଗସ୍ତରୁ ଫେରିବା ପରେ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ଗସ୍ତ ଅବସରରେ ଜାମ୍ମୁକାଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ ଡୋଭାଲ। ଏଥିରେ ରାଜ୍ୟର ଆଇନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଶାନ୍ତି ବଜାୟ ରଖିବା ନେଇ ସେନାକୁ ନିୟୋଜିତ କରିବା ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଚାଲିଥିବା ଅମରନାଥ ଯାତ୍ରାକୁ ସଫଳ କରିବା ପାଇଁ ସେଠାରେ ଅତିରିକ୍ତ ଯବାନଙ୍କୁ 40 ହଜାର ନିଯୁକ୍ତ କରାଯାଇଛି । ଗତ ଫେବୃଆରୀରେ 24 ତାରିଖରୁ କାଶ୍ମୀର ଘାଟିରେ ପାରିମିଲିଟାରୀ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା ।

ABOUT THE AUTHOR

...view details