ଓଡିଶା

odisha

ଅସ୍ତ୍ରବିରତି ଉଲ୍ଲଂଘନ ପଡିଲା ମହଙ୍ଗା, ଭାରତୀୟ ସେନା ଗୁଳିରେ 2 ପାକିସ୍ତାନୀ ଯବାନ ନିହତ

By

Published : Apr 2, 2020, 10:06 PM IST

ପାକିସ୍ତାନ ସେନା ସୀମା ଅସ୍ତ୍ରବିରତି ଉଲ୍ଲଂଘନ କାର୍ଯ୍ୟ ଜାରି ରଖିଛି। ବୁଧବାର ଭାରତୀୟ ଯବାନଙ୍କ ପାଲଟା ଜବାବରେ ପାକିସ୍ତାନର 2 ଯବାନ ନିହତ ଓ ଜଣେ ଆହତ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ..

ଅସ୍ତ୍ରବିରତି ଉଲ୍ଲଂଘନ
ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ଗୋଟିଏ ପଟେ ସାରା ବିଶ୍ୱ କୋରୋନା ଭାଇରସକୁ ନେଇ ଆତଙ୍କିତ ଓ ଚିନ୍ତିତ ରହିଛି , ମାତ୍ର ଅନ୍ୟପଟେ ପାକିସ୍ତାନ ସେନା ସୀମା ଅସ୍ତ୍ରବିରତି ଉଲ୍ଲଂଘନ କାର୍ଯ୍ୟ ଜାରି ରଖିଛି। ବୁଧବାର ଭାରତୀୟ ଯବାନଙ୍କ ପାଲଟା ଜବାବରେ ପାକିସ୍ତାନର 2 ଯବାନ ନିହତ ଓ ଜଣେ ଆହତ ହୋଇଥିବା ସୂଚନା ରହିଛି ।

ଗୁରୁବାର (୨ ଏପ୍ରିଲ) ରେ ସେନା ସୂତ୍ର ଏହି ସୂଚନା ଦେଇଛି। ସେନା କହିଛି ଯେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ବୁଧବାର (ଏପ୍ରିଲ 1) ଏବଂ ଗୁରୁବାର (ଏପ୍ରିଲ 2) ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନାର କାର୍ଯ୍ୟକଳାପରେ ଦୁଇଜଣ ପାକିସ୍ତାନୀ ଜବାନ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମଙ୍ଗଳବାର (ମାର୍ଚ୍ଚ 31) ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସୈନ୍ୟମାନେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି । ପ୍ରତିରକ୍ଷା ମୁଖପାତ୍ରଙ୍କ କହିବାନୁସାରେ, "ପାକିସ୍ତାନି ସେନା ପକ୍ଷରୁ ମଙ୍ଗଳବାର ରାତି ପ୍ରାୟ 21. 35 ରେ ବାଲାକୋଟ ସେକ୍ଟରରୁ ଛୋଟ ଅସ୍ତ୍ରଶସ୍ତ୍ର ଏବଂ ମୋର୍ଟାର ମାଡ କରାଯାଇଥିଲା ।

ABOUT THE AUTHOR

...view details