ଓଡିଶା

odisha

ETV Bharat / bharat

ଉରିରେ ଆକ୍ରମଣ ଯୋଜନା କରୁଥିଲା ପାକିସ୍ତାନ, ପ୍ଲାନ ଫେଲ କଲେ ଯବାନ

ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଅନୁପ୍ରବେଶକାରୀଙ୍କ ଯୋଜନା ପଣ୍ଡ କରିଛନ୍ତି ଭାରତୀୟ ଯବାନ ।

ଫାଇଲ ଫଟୋ

By

Published : Aug 14, 2019, 9:23 PM IST

ଶ୍ରୀନଗର: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ପାକିସ୍ତାନ ସେନା ସହାୟତାରେ ମଙ୍ଗଳବାର ମଧ୍ୟରାତ୍ରିରେ ଆତଙ୍କବାଦୀ ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ତେବେ ଏହି ସମୟରେ ପାକିସ୍ତାନ ଚେକପୋଷ୍ଟରୁ ଭାରି ମାତ୍ରାରେ ଗୁଳିବିନିମୟ ମଧ୍ୟ କରାଯାଇଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ସେନା ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକ୍ ସେନା ଏହି ଅନୁପ୍ରବେଶକାରୀଙ୍କୁ ସୀମାରେ ପ୍ରବେଶ କରାଇ ଜମ୍ମୁ-କାଶ୍ମୀରେ ହିଂସାତ୍ମକ କାର୍ଯ୍ୟକଳାପ କରିବାର ଯୋଜନା କରିଥିଲେ । ତେବେ କାଶ୍ମୀରର ସ୍ଥିତିକୁ ଦୃଷ୍ଟିରେ ରଖି ସୀମାରେ ହାଇ ଆଲର୍ଟରେ ଥିବା ଭାରତୀୟ ସେନା ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରାଯାଇଛି । ଭାରତୀୟ ସେନା ପାକିସ୍ତାନକୁ ଏହାର କଡା ଜବାବ ଦେଇଥିବା ଜଣା ପଡିଛି ।

ABOUT THE AUTHOR

...view details