ନୂଆଦିଲ୍ଲୀ: ଭାରତୀୟ ସେନା ଶତୃକୁ ମାତ୍ ଦେବାକୁ ସର୍ବଦା ପ୍ରସ୍ତୁତ । ଦେଶ ମାତୃକା ପାଇଁ ବୀର ଯବାନ ମାନେ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ସୀମାରେ ଅହରହ ଜଗି ଦେଶକୁ ଯୋଗାଇ ଆସୁଛନ୍ତି ସୁରକ୍ଷା । ଖରା ବର୍ଷା ଶୀତକୁ ଖାତିର ନ କରି ସର୍ବଦା ନିଜ କର୍ତ୍ତବ୍ୟ କରିଛନ୍ତି । ତେବେ ଗଲୱାନ ଉପତ୍ୟକାରେ ଚୀନ-ଭାରତ ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ ଗତ କିଛି ଦିନ ହେବ ସୀମାରେ ଉତ୍ତେଜନା ଦେଖାଦେଇଛି । ଏପରିକି ସୀମାରେ କଡା ପ୍ରହରା ଦେଉଛନ୍ତି ଭାରତୀୟ ଯବାନ । ଆପଣ କଣ ଜାଣିଛନ୍ତି କି ? ଏହି ବୀର ଯବାନ ମାନଙ୍କୁ ଲଦାଖରେ କେଉଁ ପ୍ରକାର କଷ୍ଟ ସହିବାକୁ ପଡେ । ଆସନ୍ତୁ ଜାଣିବା ସୀମାରେ ଶତୃକୁ ଜବାବ ଦେଉଥିବା ଯବାନଙ୍କ ଜୀବନ ସମ୍ପର୍କରେ...
ଯବାନଙ୍କୁ ଭୌଗଳିକ ସଂରଚନା ଦୃଷ୍ଟିରୁ ଅଲଗା ଅଲଗା ତାପମାତ୍ରାରେ ରହିବାକୁ ପଡେ । ଯଦି ଆମେ ସିଆଚିନ କଥା କହିବା ଏଠାରେ ରହିବା ଅଧିକ କଷ୍ଟସାଧ୍ୟ । ସିୟାଚିନରେ ତାପମାତ୍ରା ଅନ୍ୟୁନ୍ୟ -40 ଡିଗ୍ରୀ ରୁହେ । ସେହିପରି ରାଜସ୍ଥାନ ବର୍ଡରରେ ମୁତୟନ ହୋଇଥିବା ଯବାନଙ୍କୁ 50 ଡିଗ୍ରୀ ଡହଡହ ଖରାରେ ରହିବାକୁ ପଡେ । ଏପରିକି ସୈନ୍ୟଙ୍କ ଟେଣ୍ଟ ନିକଟରେ ସ୍ଥାୟୀ ଶୌଚାଳୟର ମଧ୍ୟ ଠିକ୍ ଭାବେ ବ୍ୟବସ୍ଥା ନଥାଏ । ଏଥିପାଇଁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡେ । ଅନ୍ୟପଟେ 1984 ମସିହାରେ ଭାରତ ସିଆଚିନକୁ ଦଖଲ କରିଛି । କୌଣସି ଦେଶ ଯେପରି ଏହାକୁ ଅକ୍ତିଆର କରିବାକୁ ଚେଷ୍ଟା ନକରେ ଏଥିପାଇଁ 18ହଜାର ଫୁଟ୍ ଉଚ୍ଚତା ଉପରେ ଯବାନଙ୍କୁ ମୁତୟନ କରାଯାଇଛି ।