ୱାଶିଂଟନ: ଆମେରିକୀୟ ସଂସଦରେ ପ୍ରଥମ ଭାରତୀୟ ମହିଳା । ଆମେରିକାର ରିପବ୍ଲିକ ପାର୍ଟୀର ପ୍ରାର୍ଥୀ ଭାବେ ସଂସଦ ବା କଂଗ୍ରେସରେ ଉପସ୍ଥିତ ରହିବେ । ଆନ୍ଧ୍ରପ୍ରଦେଶର ମଙ୍ଗା ଅନନ୍ତମୁଲା ରିପବ୍ଲିକ ପାର୍ଟୀର ପ୍ରାର୍ଥୀ ହିସାବରେ ଭର୍ଜିନିଆରୁ କଂଗ୍ରେସରେ ଯୋଗ ଦେବେ ।
ପ୍ରେସ ରିଲିଜ ଅନୁସାରେ, ଅନନ୍ତମୁଲା ମହିଳାଙ୍କ ଅଧିକାର, କ୍ଷୁଦ୍ର ବ୍ୟବସାୟ, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ କାମ କରିବେ । ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାର ଚାପ ନ ପକାଇବା ଓ ଶିକ୍ଷାର ପୁର୍ନଗଠନ ଆଦିରେ କାର୍ଯ୍ୟ କରିବେ ।