ଓଡିଶା

odisha

ETV Bharat / bharat

ଏସିଆର ସବୁଠୁ ବଡ଼ ଏୟାରଫୋର୍ସ ବେସ ଆଗ୍ରା ର ‘ଏୟାରଫୋର୍ସ ଷ୍ଟେସନ’ - ଦ୍ବିତୀୟ ବିଶ୍ବଯୁଦ୍ଧ

ଏସିଆର ସବୁଠାରୁ ବଡ଼ ଏୟାରବେସ ହେଉଛି ଆଗ୍ରାର ଏୟାରଫୋର୍ସ ଷ୍ଟେସନ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହାକୁ ଆମେରିକା ତାର ବ୍ୟବହାର ପାଇଁ ନିର୍ମାଣ କରିଥିଲା । ମାତ୍ର ପରବର୍ତ୍ତ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ତାର ରକ୍ଷଣାବେକ୍ଷଣା ଦାୟିତ୍ବ ନେଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 7, 2019, 10:16 AM IST

ନୂଆଦିଲ୍ଲୀ: ଏସିଆର ସବୁଠାରୁ ବଡ଼ ଏୟାରବେସ ହେଉଛି ଆଗ୍ରାର ଏୟାରଫୋର୍ସ ଷ୍ଟେସନ । ଏହି ଷ୍ଟେସନର ଇତିହାସ ମଧ୍ୟ ଅତ୍ୟନ୍ତ ଗୌରବଶାଳୀ ରହିଆସିଛି । 1942 ମସିହାରେ ଆମେରିକା ଏହାକୁ ନିର୍ମାଣ କରିଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହାକୁ ନିର୍ମାଣ କରିଥିଲା ଆମେରିକା । ଏହି ଏୟାରବେସରେ ଆମେରିକା ତାହାର ଜାହାଜ ଗୁଡ଼ିକର ରକ୍ଷଣାବେକ୍ଷଣା କରିବା ପାଇଁ ନିର୍ମାଣ କରିଥିଲା ।

ଏହି ଏୟାରବେସର ସେହି ସମୟରେ ଆମେରିକାର ଅନେକ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ରି-ଫ୍ୟୁଲର ଏହାରକ୍ରାଫ୍ଟ ଏବଂ ଅନ୍ୟ ଏୟାରକ୍ରାଫ୍ଟ ଗୁଡ଼ିକ ଅବତରଣ ଓ ଉଡ଼ାଣ ଭରିଥିବା ଜଣାଯାଏ । ଏପରିକି ଏଠାରେ ଆମେରିକାର ଯୁଦ୍ଧ ଜାହାଜ ଗୁଡ଼ିକ ମଧ୍ୟ ରହୁଥିଲା । ଏଠାରେ ସେହି ସମୟରେ 6 ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡ଼େ ।

ପରବର୍ତ୍ତ ସମୟରେ ଦେଶ ସ୍ବାଧୀନତା ଲାଭ କରିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ଏହାର ରକ୍ଷଣାବେକ୍ଷଣା କରିବା ସହିତ ଉନ୍ନତିକରଣ ମଧ୍ୟ କରାଇଥିଲେ । ଏହା ସହିତ ଦେଶରେ ନେହରୁ 4ଟି ଅନ୍ତର୍ଜାତୀୟ ସ୍ତରର ଏୟାରବେଶ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେଗୁଡ଼ିକ ମଧ୍ୟରେ ଏହି ଆଗ୍ରା ଏୟାର ବେସ ଅନ୍ୟତମ ଥିଲା । ଏହାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବା ପରେ ଏହା ଏସିଆର ବୃହତ୍ତ ଏୟାରବେସର ମାନ୍ୟତା ପାଇଥିଲା ।

ତେବେ ଏହି ଏୟାରବେସରେ ଏକମାତ୍ର ewac ରହିଛି । ewac ହେଉଛି ଆର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲର ବ୍ୟବସ୍ଥା ରହିଛି । ଏହାର ସ୍ବତନ୍ତ୍ରତା ହେଉଛି ଯେ ଆକାଶରେ 400 କିମି ମଧ୍ୟରେ ଶତ୍ରୁ ପକ୍ଷର ଜାହାଜ ସମ୍ପର୍କରେ ସହଜରେ ସୂଚନା ଦେଇପାରେ । ଏପରିକି ଉକ୍ତ ଜାହାଜ ଗୁ଼ଡ଼ିକର ଗତିବିଧି ଉପରେ ମଧ୍ୟ ନଜର ରଖିପାରେ । ଏହା ଫଳରେ ଏହି ଠାରୁ ହିଁ ଉଭୟ ପାକିସ୍ତାନ ଏବଂ ଚୀନର ଜାହାଜ ଉପରେ ନଜର ରଖାଯାଇପାରୁଛି ।

ଦେଶର ଏକମାତ୍ର ପାରାସୁଟ ଟ୍ରେନିଂ ସ୍କୁଲ ମଧ୍ୟ ଏହିଠାରେ ରହିଛି । ଦେଶର ସେନାଙ୍କ ସ୍ବତନ୍ତ୍ର କମାଣ୍ଡୋଙ୍କ ପାରାସୁଟ ତାଲିମ ଏହି ଠାରେ ହୋଇଥାଏ । ଏହି ଏୟାରବେସରେ ମେରାଇନ କମାଣ୍ଡୋ, ଗରୁଡ଼ କମାଣ୍ଡୋ ଏବଂ ଅନ୍ୟ କମାଣ୍ଡୋଙ୍କୁ ଜାହାଜରୁ ଡେଇଁବା ଭଳି ତାଲିମ ଏହିଠାରେ ଦିଆଯାଇଥାଏ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଏହିଠାରେ ପାରାଟ୍ରୁପର ତାଲିମ ନେଇଥିଲେ । ଏହା ସହିତ ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ଅନେକ ଦେଶର ଯବାନମାନେ ପାରାସୁଟ ତାଲିମ ନେଇଥିବା ଜଣାପଡ଼େ ।

ଦେଶର ଏକମାତ୍ର ରିଫ୍ୟୁଲର ଆଇଏଲ-78 ବିମାନ ଆଗ୍ରା ଏୟାରପୋର୍ଟ ଷ୍ଟେସନରେ ରହିଛି । ଏହି ବିମାନ ମାଧ୍ୟମରେ ଯୁଦ୍ଧ ବିମାନ ଏବଂ ଅନ୍ୟ ଉଡ଼ାଜାହାଜ ଗୁଡ଼ିକରେ ଇନ୍ଧନ ଯୋଗାଇ ଦିଆଯାଇଥାଏ । କେବଳ ଏତିକି ନୁହେଁ ଏହି ବିମାନ ସାହାଯ୍ୟରେ ଆକାଶରେ ଉଡ଼ୁଥିବା ସମୟରେ ଏକା ସଙ୍ଗେ 3ଟି ବିମାନରେ ମଧ୍ୟ ଇନ୍ଧନ ଯୋଗାଇ ଦିଆଯିବାର ସୁବିଧା ରହିଛି ବୋଲି ଜଣାପଡ଼ିଛି ।

1971 ମସିହାରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧ ସମୟରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଏଠାରେ ଘନଘନ ଗୁଳିମାଡ଼ କରିଥିବା । ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ଏୟାରଫୋର୍ସ । ଏଠାରେ ଆଣ୍ଟି ସେନସର ଗନ ମାଧ୍ୟମରେ ପାକିସ୍ତାନର ଜାହାଜକୁ ଗୁଳିମାଡ଼ କରାଯାଇଥିଲା । ଫଳରେ ସେଠାରୁ ଶତ୍ରୁରାଷ୍ଟ୍ରର ଜାହାଜ ଚାଲିଯାଇଥିବା ଜଣାପଡ଼େ ।

ABOUT THE AUTHOR

...view details