ଓଡିଶା

odisha

ଭାରତୀୟ ବାୟୁସେନା ଦିବସ 2020: ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ...

By

Published : Oct 8, 2020, 2:14 PM IST

ପ୍ରତିବର୍ଷ ଅକ୍ଟୋବର 8ରେ ପାଳନ ହୁଏ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ । ଭାରତୀୟ ବାୟୁସେନା ଦିବସ ଭାବେ ଜଣା ଯାଉଥିବା ଏହି ଦିନଟିର ରହିଛି ଗୁରୁତ୍ବପୂର୍ଣ୍ଣ ତାତ୍ପର୍ଯ୍ୟ । ଭାରତୀୟ ସୈନ୍ୟ ଶକ୍ତିର ଏକ ପ୍ରମୁଖ ତଥା ଶକ୍ତିଶାଳୀ ଅଙ୍ଗ ଭାବେ ଦେଶରେ ସୁରକ୍ଷା ଦିଗରେ ଭାରତୀୟ ବାୟୁସେନାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।

indian air force, indian air force day, unknown fact, unknown fact on indian airforce, ଭାରତୀୟ ବାୟୁସେନା ଦିବସ, ଭାରତୀୟ ବାୟୁସେନା, ଅଜଣା କଥା, ଭାରତୀୟ ବାୟୁସେନାକୁ ନେଇ ଅଜଣା କଥା, ଇଣ୍ଡିଆନ ଏୟାରଫୋର୍ସ
ଭାରତୀୟ ବାୟୁସେନା ଦିବସ 2020: ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ପ୍ରତିବର୍ଷ ଅକ୍ଟୋବର 8ରେ ପାଳନ ହୁଏ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ । ଭାରତୀୟ ବାୟୁସେନା ଦିବସ ଭାବେ ଜଣା ଯାଉଥିବା ଏହି ଦିନଟିର ରହିଛି ଗୁରୁତ୍ବପୂର୍ଣ୍ଣ ତାତ୍ପର୍ଯ୍ୟ । ଭାରତୀୟ ସୈନ୍ୟ ଶକ୍ତିର ଏକ ପ୍ରମୁଖ ତଥା ଶକ୍ତିଶାଳୀ ଅଙ୍ଗ ଭାବେ ଦେଶରେ ସୁରକ୍ଷା ଦିଗରେ ଭାରତୀୟ ବାୟୁସେନାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ତେବେ ଏହି ଦିନ ପାଳନ ପଛରେ ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ କୋଣ ଅନୁକୋଣର ଲୋକଙ୍କୁ ଭାରତୀୟ ବାୟୁସେନା ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରିବା ।

ଚଳିତବର୍ଷ ଭାରତୀୟ ବାୟୁସେନା ନିଜର 88 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଜାଣନ୍ତୁ ଏନେଇ କିଛି ଅଜଣା କଥା:

  • 1932 ମସିହା, ଅକ୍ଟୋବର 8 ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ଏହା ଅଧୀନରେ ପ୍ରଥମ ଏସି ବିମାନ 1933 ମସିହା, ଏପ୍ରିଲ 1ରେ କାର୍ଯ୍ୟକ୍ଷମ ହୋଇଥିଲା । ସେ ସମୟରେ ବ୍ରିଟିଶ ସରକାର ଭାରତ ଉପରେ ନିଜର ଶାସନ ଜାରି ରଖିଥିବା ବେଳେ ସେମାନେ ଏହାର ନାମ ରଖିଥିଲେ ‘ରୟାଲ ଇଣ୍ଡିଆନ ଏୟାର ଫୋର୍ସ’ ।
  • ଦେଶ ସ୍ବାଧୀନ ହେବା ପରେ ଅର୍ଥାତ 1950 ମସିହାରେ ଏହାର ନାମ ଭାରତୀୟ ବାୟୁ ସେନା ବା ଇଣ୍ଡିଆନ ଏୟାର ଫୋର୍ସକୁ ପରିବର୍ତ୍ତିତ ହୋଇଥିଲା । ସେବେଠାରୁ ଏହା ଅନେକ ଯୁଦ୍ଧ ପରିସ୍ଥିତିର ସାମ୍ନା କରିଥିବା ବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା 1500 ଏୟାରକ୍ରାଫ୍ଟ ଓ 1 ଲକ୍ଷ 70 ହଜାର କର୍ମଚାରୀ ସାମିଲ ହୋଇଛନ୍ତି ।
  • ଆମେରିକା, ଋଷିଆ ଓ ଚୀନ ପରେ ଭାରତୀୟ ବାୟୁସେନା ହେଉଛି ବିଶ୍ବର 4ର୍ଥ ବୃହତ୍ତମ ବାୟୁସେନା ।
  • ଭାରତରେ ସମସ୍ତ ସେନା ଶକ୍ତି ପାଇଁ ବାୟୁ ଅଙ୍ଗ ଭାବେ ଭାରତୀୟ ବାୟୁସେନା 88 ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି । ଅନେକ ସମୟରେ ଏହା ବିବାଦ ସମୟରେ ବାୟୁ ଯୁଦ୍ଧ ମଧ୍ୟ କରିଥିବାର ନଜିର ରହିଛି ।
  • ଅପରେସନ ମେଘଦୂତ, ଅପରେସନ କାକ୍ଟସ, ଅପରେସନ ବିଜୟ ଓ ଅପରେସନ ପୁମଲାଇ ଆଦି ଗୁରୁତ୍ବପୂର୍ଣ୍ଣ ଅପରେସନରେ ଭାରତୀୟ ବାୟୁସେନା ନିଜ ସାମର୍ଥ୍ୟର ପ୍ରତିପାଦନ କରିଛି ।
  • ଜାତିସଂଘ ଶାନ୍ତି ମିଶନରେ ମଧ୍ୟ ଭାରତୀୟ ବାୟୁସେନା ସାମିଲ ରହିଛି ।
  • ଚୀନ ଓ ପାକିସ୍ତାନ ସହ ଭାରତର ବିବାଦ ନେଇ ଭାରତୀୟ ବାୟୁସେନା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବା ସହ ଭାରତର ଶକ୍ତି ପ୍ରଦର୍ଶନରେ ସାହାଯ୍ୟ କରିଛି ।
  • ନିକଟରେ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିଗବା ପାଇଁ ସାମିଲ ହୋଇଛି 4ଟି ଶକ୍ତିଶାଳୀ ରାଫେଲ ଯୁଦ୍ଧ ବିମାନ ।
  • ଦେଶର ରାଷ୍ଟ୍ରପତି ଭାରତୀୟ ବାୟୁସେନାର ସୁପ୍ରିମ କମାଣ୍ଡର ରାଙ୍କ ବହନ କରନ୍ତି ।
  • ବର୍ତ୍ତମାନ ଏୟାର ଫୋର୍ସରେ କେବଳ ଜଣେ ପଞ୍ଚ ତାରକା ପ୍ରାପ୍ତ ଅଧିକାରୀ ରହିଛନ୍ତି । ସେ ହେଉଛନ୍ତି ଏୟାର ଫୋର୍ସ ମାର୍ଶାଲ ଅର୍ଜନ ସିଂ ।
  • ଏୟାର ଫୋର୍ସରେ ବର୍ତ୍ତମାନ ପ୍ରାୟ 1 ଲକ୍ଷ 39 ହଜାର 576 ଜଣ ସକ୍ରିୟ କର୍ମଚାରୀ ରହିଛନ୍ତି । ଏହାଛଡା 1 ଲକ୍ଷ 40 ହଜାର ସଂରକ୍ଷିତ ଅଧିକାରୀ ମଧ୍ୟ ରହିଛନ୍ତି ।
  • ଭାରତୀୟ ବାୟୁସେନାର ପ୍ରଥମ ଭାରତୀୟ ସିଏଏସ ଭାବେ ଦାୟିତ୍ବ ବହନ କରିଛନ୍ତି ସୁବ୍ରୋତୋ ମୁଖାର୍ଜୀ ।

ABOUT THE AUTHOR

...view details