ଓଡିଶା

odisha

ETV Bharat / bharat

ଏସସିଓ ବୈଠକ ପାଇଁ ପାକିସ୍ତାନକୁ ଆମନ୍ତ୍ରଣ କରିବ ଭାରତ - india invite pakistan for sco meeting

ଚଳିତ ବର୍ଷ ଭାରତରେ ଆୟୋଜିତ ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ପିକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆମନ୍ତ୍ରଣ କରାଯିବ । ଏସସିଓର ପ୍ରଟୋକଲକୁ ଧ୍ୟାନରେ ରଖ୍ ଭାରତ ଏଭଳି ନିଷ୍ପତ୍ତି ନେଇଛି ।

modi-imran
ମୋଦି-ଇମ୍ରାନ

By

Published : Jan 16, 2020, 9:43 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ପିକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ । ଏସସିଓର ପ୍ରଟୋକଲକୁ ଧ୍ୟାନରେ ରଖ୍ ଭାରତ ଏଭଳି ନିଷ୍ପତ୍ତି ନେଇଛି । ଇମ୍ରାନ ଖାନଙ୍କୁ ଭାରତ ପକ୍ଷରୁ ଔପଚାରିକ ନିମନ୍ତ୍ରଣ ପଠାଯିବ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଚଳିତ ବର୍ଷ ଅନ୍ତରେ ହେବାକୁ ଥିବା ଏସସିଓ ପରିଷଦର ପ୍ରମୁଖଙ୍କର ବୈଠକର ନେତୃତ୍ବ ଭାରତ ନେବ । ପ୍ରଧାନମନ୍ତ୍ରୀ ସ୍ତରରେ ହେଉଥିବା ଏହି ବୈଠକ ପ୍ରତିବର୍ଷ ଆୟୋଜିତ ହୁଏ । ଏଥିରେ ଏସସିଓର କାର୍ଯ୍ୟକ୍ରମ ଏବଂ ବହୁପାକ୍ଷିକ ଆର୍ଥିକ ଏବଂ ବାଣିଜ୍ୟିକ ସହଯୋଗ ଉପରେ ଚର୍ଚ୍ଚା ହୁଏ । ଏସସିଓ ଭିତରେ ସ୍ଥାପିତ ଅଭ୍ୟାସ ଏବଂ ପ୍ରକ୍ରିୟା ଅନୁସାରେ ବୈଠକ ପାଇଁ ଏସସିଓର ସମସ୍ତ 8 ସଦସ୍ୟଦେଶ, 4 ପର୍ଯ୍ୟବେକ୍ଷକ ରାଜ୍ୟ ଏବଂ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ସମ୍ବାଦ ସହଭାଗୀଦାରୀଙ୍କୁ ଆମନ୍ତ୍ରିତ କରାଯିବ ।

ସୂଚନାଯୋଗ୍ୟ ଯେ, ଏସସିଓର 8 ସଦସ୍ୟ ମଧ୍ୟରେ ଭାରତ, ଚୀନ, କାଜାକିସ୍ତାନ, କିର୍ଗିଜସ୍ତାନ, ଋଷ, ପାକିସ୍ତାନ, ତାଜାକିସ୍ତାନ ଏବଂ ଉଜବେକିସ୍ତାନ ରହିଛନ୍ତି । ଏଥିରେ ଭାରତ ଏବଂ ପାକିସ୍ତାନ 2017ରେ ପୂର୍ଣ୍ଣ ସଦସ୍ୟ ଭାବରେ ସାମିଲ ହୋଇଥିଲେ ।

ABOUT THE AUTHOR

...view details