ନୂଆଦିଲ୍ଲୀ: ଗିଲଗିଟ-ବେଲୁଚିସ୍ଥାନର ଭାରତୀୟ ଅଞ୍ଚଳ ଖାଲି କରିବା ସହ ତୁରନ୍ତ ସେଠାରୁ ପଛକୁ ହଟିଯିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗିଟ-ବେଲୁଚିସ୍ତାନକୁ ପାକିସ୍ତାନର ଅସ୍ଥାୟୀ 5ମ ପ୍ରଦେଶ ବୋଲି ଘୋଷଣା କରିବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଅଞ୍ଚଳକୁ ଖାଲି କରିବା ସହ ପଛକୁ ହଟିଯିବା ପାଇଁ ଚେତାବନୀରେ କୁହାଯାଇଛି ।
ଗତକାଲି ବେଲୁଚିସ୍ଥାନ ଗସ୍ତ ସମୟରେ ଏହାକୁ ପାକିସ୍ଥାନ ତାର ଅସ୍ଥାୟୀ ପ୍ରଦେଶ ଭାବେ ମାନ୍ୟତା ଦେବ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘୋଷାଣା କରିଥିଲେ । ସେ ସେଠାରେ ନିର୍ବାଚନ ମଧ୍ୟ କରିବାକୁ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି । ସାମରିକ ଶକ୍ତି ଲଗାଇ ପାକ ସେଠାରେ ନିଜର ଆଧିପତ୍ୟ ଜମାଇବାକୁ ବସିଥିବା ଦେଖିବାକୁ ମିଳୁଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଏଭଳି ଘୋଷଣା ପରେ ଏହାକୁ ଅତି ଗୁରୁତର ସହ ନେବା ସହ କଡା ଚେତାବନୀ ମଧ୍ୟ ଶୁଣାଇଛି ।