ଓଡିଶା

odisha

ETV Bharat / bharat

ଜାତିସଂଘରେ ଇମ୍ରାନଙ୍କ ଭାଷଣ ମଝିରେ ଭାରତୀୟ ପ୍ରତିନିଧିଙ୍କ ବୟକଟ - speech of pakistan prime minister

କୋରୋନା ସଙ୍କଟ ହେତୁ ମିଳିତ ଜାତିସଂଘର ସାଧାରଣ ସଭା ଏଥର ଏକ ଭର୍ଚୁଆଲ୍ ଆୟୋଜିତ ହେଉଛି । ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଅଧିକ ପଢନ୍ତୁ...

ଜାତିସଂଘରେ ଇମ୍ରାନଙ୍କ ଭାଷଣ ମଝିରେ ଭାରତୀୟ ପ୍ରତିନିଧିଙ୍କ  ବୟକଟ
ଜାତିସଂଘରେ ଇମ୍ରାନଙ୍କ ଭାଷଣ ମଝିରେ ଭାରତୀୟ ପ୍ରତିନିଧିଙ୍କ ବୟକଟ

By

Published : Sep 26, 2020, 9:09 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟରେ ମିଳିତ ଜାତିସଙ୍ଘର ସାଧାରଣ ସଭା ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି । ଶୁକ୍ରବାର 75 ତମ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ବୋଧିତ କରିଥିଲେ । ଇମ୍ରାନଙ୍କ ଭାଷଣ ମଝିରେ ସାଧାରଣ ସଭାକୁ ବୟକଟ କଲେ ଭାରତୀୟ ପ୍ରତିନିଧି ମିଜିତୋ ବିନିତୋ ।

ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଇମ୍ରାନ ଖାନ ଏକ ବିବୃତ୍ତି ଦେଇଥିଲେ, ଯାହା ବିରୁଦ୍ଧରେ ଏହି ପଦକ୍ଷେପ ଭାରତର ପ୍ରତିନିଧୀଙ୍କ ଦ୍ବାରା ନିଆଯାଇଛି। ଏନେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଟୁଇଟ କରି ସୂଚନା ଦେଇଛନ୍ତି ।

ଜାତିସଂଘର 75 ତମ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି କୂଟନୈତିକ ସ୍ତରରେ ଅତି ନିମ୍ନ ସ୍ତରକୁ ଚାଲିଯାଇଛନ୍ତି । ସେ ମିଥ୍ୟା, ବ୍ୟକ୍ତିଗତ ଆକ୍ରମଣ, ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯ୍ୟାତନା ଏବଂ ସୀମା ଆତଙ୍କବାଦକୁ ଦୃଷ୍ଟିରେ ରଖି ଭାରତ ଉପରେ ମନ୍ତବ୍ୟ ଦେଇଥିଲେ । ତେବେ ଏହାର ଉପଯୁକ୍ତ ଜବାବ ଭାରତ ପକ୍ଷରୁ ସଠିକ ସ୍ଥାନରେ ଦିଆଯିବ ବୋଲି ଟି. ଏସ ତିରୁମୂର୍ତ୍ତି ନିଜ ଟ୍ବିଟରେ କହିଛନ୍ତି ।

ମାନବଧିକାର ପରିଷଦର 45 ତମ ଅଧିବେଶନରେ ପାକିସ୍ତାନ ଉପରେ ବର୍ଷିଛି ଭାରତ । ପାକିସ୍ତାନ ଆତଙ୍କବାଦର ନର୍ସରୀ ଭାବେ ପରିଚିତ ଥିବାବେଳେ ସେ ଦେଶର ମାନବାଧିକାର ଉପରେ ବିଶ୍ବକୁ ଶିଖାଇବାର ଆବଶ୍ୟକତା ନାହିଁ ବୋଲି ଭାରତ ପକ୍ଷରୁ ପାକିସ୍ତାନକୁ କଡା ଜବାବ ଦିଆଯାଇଛି ।

ABOUT THE AUTHOR

...view details