ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ହେବ ଭାରତ-ଆମେରିକା 2+2 ଆଲୋଚନା, 27ରେ ବୈଠକ

ଭାରତ ଓ ଆମେରିକା ମଧ୍ୟରେ ହେବ 2+2 ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା । ସେପ୍ଟେମ୍ବର 26 ଓ 27ରେ ନୂଆଦିଲ୍ଲୀରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Oct 21, 2020, 8:43 PM IST

ଦିଲ୍ଲୀରେ ହେବ ଭାରତ-ଆମେରିକା 2+2 ଆଲୋଚନା, 27ରେ ବୈଠକ
ଦିଲ୍ଲୀରେ ହେବ ଭାରତ-ଆମେରିକା 2+2 ଆଲୋଚନା, 27ରେ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ହେବ 2+2 ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା । ଏହି ଆଲୋଚନାର ନେତୃତ୍ବ ନେବ ଭାରତ । ତେବେ ସେପ୍ଟେମ୍ବର 26 ଓ 27ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର୍ ଅକ୍ଟୋବର 26 ଓ 27ରେ ଭାରତ ଗସ୍ତରେ ଆସି ଏହି ବୈଠକରେ ଯୋଗ ଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନିଜ ନିଜ ମନ୍ତ୍ରଣାଳୟର ପ୍ରତିନିଧିତ୍ବ କରିବେ ବୋଲି ସୂଚନା ଦିଆଯାଇଛି ।

ଏହି ଆଲୋଚନା ସମୟରେ ବିଶେଷ ଭାବେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦ ବାବଦରେ ଆଲୋଚନା କରାଯିବା ସହ ଏହାର ମୁଖ୍ୟ ଲକ୍ଷ୍ୟ ଶାନ୍ତି ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସମୃଦ୍ଧି, ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତି, ଅର୍ଥ କ୍ଷେତ୍ରରେ ଉନ୍ନତି, ଚୀନ ଦ୍ରବ୍ୟ ଯୋଗାଣରେ ଉନ୍ନତି ଏବଂ ଆତଙ୍କବାଦ ମୁକାବିଲା ରହିବ ।

ସେହିପରି ଦୁଇ ଦେଶ କରୋନା ଭାଇରସର ମୁକାବିଲା ଓ ଟୀକା ପାଇଁ ଅର୍ଥ ବିନିମୟ କରିପାରନ୍ତି । ଅନ୍ୟପକ୍ଷେ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ABOUT THE AUTHOR

...view details