ନୂଆଦିଲ୍ଲୀ: ଘାଟିରେ ଇତିହାସର ସବୁଠାରୁ ବଡ ଆକ୍ରମଣରେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଛନ୍ତି । ଏନେଇ ବିଭିନ୍ନ ରାଜନୈତିକ ପ୍ରତିକ୍ରିୟା ଆସୁଛି । ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି । ଏହି କ୍ରମରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ମୋଦି ସରକାରଙ୍କୁ ଉପଦେଶ ଦେଇଛନ୍ତି ।
'ପିଓକରେ ପଶି ମୁଜାଫରାବାଦକୁ ଦଖଲରେ ନେଉ ଭାରତ' - ମୁଜାଫରାବାଦ
ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ଭାରତକୁ ଏପରି ଭଲ ସୁଯୋଗ ପୁଣି ମିଳିବ ନାହିଁ । ଦେଶର ସେନା ଏହି ସୁଯୋଗରେ ପାକ ଅଧିକୃତ କଶ୍ମୀର(ପିଓକେ)ରେ ପଶି ମୁଜାଫରବାଦ ଉପରେ ଦଖଲ କରିନେବା ଉଚିତ ବୋଲି ସେ କହିଛନ୍ତି । ସେ ଟ୍ବିଟ କରି ଏହା କହିଛନ୍ତି ।
ସେ କହିଛନ୍ତି ଯେ ଭାରତକୁ ଏପରି ଭଲ ସୁଯୋଗ ପୁଣି ମିଳିବ ନାହିଁ । ଦେଶର ସେନା ଏହି ସୁଯୋଗରେ ପାକ ଅଧିକୃତ କଶ୍ମୀର(ପିଓକେ)ରେ ପଶି ମୁଜାଫରବାଦ ଉପରେ ଦଖଲ କରିନେବା ଉଚିତ ବୋଲି ସେ କହିଛନ୍ତି । ସେ ଟ୍ବିଟ କରି ଏହା କହିଛନ୍ତି ।
ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ଭାରତ ସପକ୍ଷରେ ପରିସ୍ଥିତି ରହିଛି । ଆମ ପାଖରେ ଯୁଦ୍ଧବିରତି ଉଲଙ୍ଘନ କରିବା ଓ ପିଓକେରୁ ମୁଜାଫରାବାଦକୁ ପୁଣିଥରେ ହାସଲ କରିବା ସୁଯୋଗ ରହିଛି । ଇସ୍ରାଇଲରୁ କିଣା ଯାଇଥିବା ଡ୍ରୋନ ଦ୍ବାରା ମସୁଦ ଅଜହରଙ୍କୁ ନିପାତ କରିବା ଆବଶ୍ୟକ ଓ କେବଳ ଗୋଟିଏ ପେନ ଦ୍ବାରା ଧାରା ୩୭୦କୁ ଶେଷ କରିବାର ଆବଶ୍ୟକତା ରହିଛି ।