ଓଡିଶା

odisha

ETV Bharat / bharat

'ଜେଇଏମ୍ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ'

ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କାହାକୁ ବା ଅଛପା। ପୁଲୱାମା ଆକ୍ରମଣ ପରେ ଦୁଇ ଦେଶ ଯୁଦ୍ଧ ପରିସ୍ଥିତିକୁ ଜନ୍ମ ଦେଇଥିଲେ। ମାତ୍ର ଏହି ଉତ୍ତେଜନା କିଛି ମାତ୍ରାରେ ଶାନ୍ତ ପଡିଛି।

By

Published : Mar 5, 2019, 6:38 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କାହାକୁ ବା ଅଛପା। ପୁଲୱାମା ଆକ୍ରମଣ ପରେ ଦୁଇ ଦେଶ ଯୁଦ୍ଧ ପରିସ୍ଥିତିକୁ ଜନ୍ମ ଦେଇଥିଲେ। ମାତ୍ର ଏହି ଉତ୍ତେଜନା କିଛି ମାତ୍ରାରେ ଶାନ୍ତ ପଡିଛି। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ଅନ୍ୟଦେଶଙ୍କ ସହାୟତା ମାଗିବା ଓ ଭାରତୀୟ ୱିଙ୍ଗ କମାଣ୍ଡରଙ୍କୁ ବିନା ସର୍ତ୍ତରେ ଛାଡିବା ଘଟଣା ସାରା ଦେଶକୁ ଯେତିକି ଚକିତ କରିଛି, ତାହାଠାରୁ ବେଶି ପ୍ରଶ୍ନ ମଧ୍ୟ ଛିଡା କରାଇଛି।

ଗୋଟିଏ ପଟେ ପାକ ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସମ୍ପର୍କରେ ଶାନ୍ତିର ବାର୍ତ୍ତା କଥା କହୁଥିବା ବେଳେ ଅନ୍ୟପଟେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଂଘନ କରୁଛି। ଯାହାକୁ ନେଇ ସୀମାରେ ଉତ୍ତେଜନା ଦେଖାଦେଉଛି। ତେବେ ଏହା ପରେ ବି ଭାରତ ପାକକୁ କଡା ଜବାବ ଦେବାକୁ ଚାହୁଁଛି।

ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୂଳୋତ୍ପାଟନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ଭାରତ। କିନ୍ତୁ ପାକିସ୍ତାନ ଜୈସ-ଇ-ମହମ୍ମଦ ଓ ତାର ମୁଖ୍ୟକୁ ପଣତରେ ଲୁଚାଇ ରଖିବା ଭଳି କାମ କରୁଛି। ବିଗତ ଦିନରେ ପାକ ବୈଦେଶିକ ମନ୍ତ୍ରୀଙ୍କ ବୟାନ ହିଁ କିଛି ଏଭଳି ସ୍ପଷ୍ଟ କରିଥିଲା।

ବାରମ୍ବାର ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କୀଙ୍କ ମୂଳପୋଛ ପାଇଁ ଭାରତ ପାକ ଆଗରେ ଦାବି ରଖୁଥିବାବେଳେ ପାକ ନିଜ ହୀନମନ୍ୟତା ପାଇଁ ପ୍ରମାଣ ମାଗିବାରେ ଲାଗିଛି। ଆଉ ସେହି ଚିରାଚରିତ କଥା: ପ୍ରମାଣ ଦେଲେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ।

ABOUT THE AUTHOR

...view details