ଓଡିଶା

odisha

ETV Bharat / bharat

ଋଷ ଠାରୁ ୨୦୦ କୋଟି ଟଙ୍କାର ଆଣ୍ଟି-ଟ୍ୟାଙ୍କ ମିସାଇଲ୍ ଆଣିବ ଭାରତ - anti-tank-missile

ଏମଆଇ-35 ଯୁଦ୍ଧ ବିମାନ ପାଇଁ ରୁଷଠାରୁ ଆଣ୍ଟି ଟ୍ୟାଙ୍କ ମିସାଇଲ୍ 'ଷ୍ଟର୍ମ ଆଟାକା' କିଣିବ ଭାରତ । ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି 200 କୋଟିରେ ସ୍ବାକ୍ଷର ହୋଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Jun 30, 2019, 6:37 PM IST

Updated : Jun 30, 2019, 6:43 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ଦିଗରେ ଆଉ ଏକ ପାଦ ଆଗେଇଛି ଭାରତ । ଆପାତ୍ତକାଳୀନ ନିୟମ ଅଧିନରେ ନିଜର ଏମଆଇ-35 ଯୁଦ୍ଧ ବିମାନ ପାଇଁ ଋଷଠାରୁ ଆଣ୍ଟି ଟ୍ୟାଙ୍କ ମିସାଇଲ୍ 'ଷ୍ଟର୍ମ ଆଟାକା' କିଣିବ ଭାରତ । ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି 200 କୋଟିରେ ସ୍ବାକ୍ଷର ହୋଇଛି । ତେବେ ଋଷ ଏହାକୁ 3 ମାସ ମଧ୍ୟରେ ଭାରତକୁ ଯୋଗାଇବ ।

ଏହି ଆଣ୍ଟି ଟ୍ୟାଙ୍କ ମିସାଇଲ୍‌କୁ ଏମଆଇ-35 ଯୁଦ୍ଧ ବିମାନର ଫ୍ଲୀଟ ସହ ସଂଯୋଗ କରାଯିବ । ଯାହା ଫଳରେ ଏମଆଇ-35 ଶତ୍ରୁର ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରବାହୀ ବାହାନ ଉପରେ ସହଜରେ ଆକ୍ରମଣ କରିପାରିବ । ତେବେ ଋଷର ଏହି ମିସାଇଲ୍ ଅଧିକୃତ କରିବା ପାଇଁ ଭାରତ ଅନେକ ବର୍ଷରୁ ଚେଷ୍ଟା କରିଆସିଥିଲା । ପାଖାପାଖି ୧୦ ବର୍ଷ ପରେ ସ୍ବତନ୍ତ୍ର ସର୍ତ୍ତରେ ଏହି ଚୁକ୍ତି ସ୍ବାକ୍ଷର କରାଯାଇଛି ।

ସୂଚନା ଯୋଗ୍ୟ ଯେ, 14 ଫେବୃଆରୀର ପୁଲୱାମା ଆକ୍ରମଣ ପରେ ଭାରତ ସରକାର 3 ସୀମାର ଆପାତ୍ତକାଳୀନ ଅଧିକାରକୁ ବୃଦ୍ଧି କରିଥିଲେ । ଏହି ଅଧିକାର ବଳରେ ଭାରତକୁ 3 ଟି ସୀମା ପାଇଁ ଆବଶ୍ୟକତା ଅନୁଯାୟୀ 300 କୋଟିର ମାରଣାସ୍ତ୍ର ତତ୍କାଳ ରୂପରେ କ୍ରୟ କରିବାର କ୍ଷମତା ମିଳିଥିଲା ।

Last Updated : Jun 30, 2019, 6:43 PM IST

For All Latest Updates

ABOUT THE AUTHOR

...view details