ଓଡିଶା

odisha

'ଭାରତକୁ ଏବେ ଅନ୍ୟଦେଶର ଆମଦାନୀ ହ୍ରାସ କରିବା ଉଚିତ '

By

Published : Jun 18, 2020, 3:22 PM IST

ଭାରତକୁ ବିଦେଶର ଆମଦାନୀ ହ୍ରାସ କରିବା ଉଚିତ । ଖାସ କରି ଚୀନରୁ ଆମଦାନୀ ହେଉଥିବା ବସ୍ତୁ ଉପରେ ରୋକ ଲଗାଇବା ଉଚିତ ବୋଲି ବିଜେପି ନେତା ରାମ ମାଧବ କହିଛନ୍ତି ।

ରାମ ମାଧବ
ରାମ ମାଧବ

ନୂଆଦିଲ୍ଲୀ: ଗଲୱାନ ଘାଟିରେ 20 ଜଣ ଯବାନ ଶହୀଦ ହେବାପରେ ଦେଶରେ ଚୀନ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି । ଚୀନରୁ ଆମଦାନୀ ହେଉଥିବା ସମସ୍ତ ଜିନିଷ ଉପରେ ରୋକ ଲଗାଇବାକୁ ଦାବି କରୁଛନ୍ତି ଲୋକେ । ତେବେ ଇତି ମଧ୍ୟରେ ଚୀନରୁ ଆମଦାନୀ ହେଉଥିବା ଜିନିଷକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ନେତା ରାମ ମାଧବ । ଭାରତକୁ ବିଦେଶର ଆମଦାନୀ ହ୍ରାସ କରିବା ଉଚିତ । ଖାସ କରି ଚୀନରୁ ଆମଦାନୀ ହେଉଥିବା ବସ୍ତୁ ଉପରେ ରୋକ ଲଗାଇବା ଉଚିତ ବୋଲି ରାମ ମାଧବ କହିଛନ୍ତି ।

ସେ କହିଛନ୍ତି, ରସାୟନ, ମୋବାଇଲ ଫୋନର ଅଂଶ ଏବଂ ବଟନ ନିର୍ମାଣ କରିବାର କ୍ଷମତା ଭାରତ ପାଖରେ ରହିଛି । ଏହି ସବୁ ବିଦେଶରୁ ଆମଦାନୀ କରିବାର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ରାମ ମାଧବ । ଏହିସବୁ ଜିନିଷକୁ ଭାରତରେ ପ୍ରସ୍ତୁତ କରାଯାଇପାରିବ । ବର୍ତ୍ତମାନ ଆମକୁ ଅନ୍ୟଦେଶର ଆମଦାନୀକୁ ହ୍ରାସ କରିବାକୁ ହେବ, ଖାସ କରି ଚୀନର ବୋଲି ସେ କହିଛନ୍ତି ।

ତେବେ ତାଙ୍କର ଏହି ପ୍ରତିକ୍ରିୟା ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ସାମ୍ନାକୁ ଆସିଛି । ଏହି ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ବର୍ତ୍ତମାନ ସ୍ଥିତିକୁ ନେଇ ରାମ ମାଧବ କହିଛନ୍ତି, 'ସରକାରଙ୍କ ପ୍ରଥମ ପ୍ରାଥମିକତା ଏବେ ସୀମା ସୁରକ୍ଷା । ସୀମାରେ ଯେପରି ଏଭଳି ହିଂସାର ପୁନାରାବୃତ୍ତି ନହୁଏ ସେ ଦିଗରେ ଧ୍ୟାନ ଦେବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା । '

ABOUT THE AUTHOR

...view details