ନୂଆଦିଲ୍ଲୀ:ପୂର୍ବଲଦାଖରେ ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସେନାର ଅତ୍ୟାଧୁନିକ ଏବଂ ଘାତକ ଅସ୍ତ୍ରଶସ୍ତ୍ର ତାଲିକାରେ ଏବେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ସାମିଲ ହେବାକୁ ଯାଉଛି । ଭାରତ ଏବଂ ଋଷ ଅତ୍ୟାଧୁନିକ ଏକେ-47 203 ରାଇଫଲ୍ ପାଇଁ ଚୁକ୍ତି ଚୁଡାନ୍ତ କରିଛନ୍ତି । ବିଶେଷ କଥା ହେଉଛି ଏହି ରାଇଫଲ୍ ହିମାଳୟ ଭଳି ଉଚ୍ଚତମ ସ୍ଥାନ ପାଇଁ ଗେମଚେଞ୍ଜର ଭାବରେ ପରିଗଣିତ ହେବ ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଋଷ ଗସ୍ତ ସମୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଋଷର ସରକାରୀ ଗଣମାଧ୍ୟମ ଗୁରୁବାର ରିପୋର୍ଟ କରିଛି । ଏକେ-47 203 ହେଉଛି ଏକେ-47 ରାଇଫଲ୍ର ସର୍ବୋତ୍ତମ ଏବଂ ଉନ୍ନତ ସଂସ୍କରଣ । ଯାହା ଭାରତୀୟ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର (ଆଇଏନଏସଏଏସ) ଆକ୍ରମଣକାରୀ ରାଇଫଲର ସ୍ଥାନ ନେବ । ଆଇଏନଏସଏଏସର ବ୍ୟବହାର 1996ରୁ ହୋଇ ଆସୁଥିଲା । ତେବେ ଏଥିରେ କିଛିଟା ସମସ୍ୟା ଉପୁଜିଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ ।