ନୂଆଦିଲ୍ଲୀ: କୋରୋନା କାୟାରେ ସମଗ୍ର ଦେଶ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ବିଶ୍ବର ବହୁ ଦେଶକୁ ନିଜ କବଳରେ ରଖିଛି । ଏହି କ୍ରମରେ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 9996 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 357 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 86 ହଜାର 579ରେ ପହଞ୍ଚିଛି ।
କୋରୋନା ଅପଡେଟ୍: ଦେଶରେ ଗୋଟିଏ ଦିନରେ ସର୍ବାଧିକ 9996 ନୂଆ ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 9996 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 357 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 86 ହଜାର 579ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 37 ହଜାର 448 ଜଣ ଆକ୍ରାନ୍ତ ଆକ୍ଟିଭ 1 ଲକ୍ଷ 41 ହଜାର 029 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ 8 ହଜାର 102 ଜଣ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ତେବେ ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଦେଶରେ କୋରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା କୋରୋନା ଆକ୍ଟିଭ ରୋଗୀଙ୍କୁ ଅତିକ୍ରମ କରିଛି । ଯାହା ସାଧାରଣ ଲୋକଙ୍କୁ ଏକ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିବ । ଜନ ହପକିନ୍ସ ରିପୋର୍ଟ ଅନୁଯାୟୀ, କୋରୋନା ଦୃଷ୍ଟିରୁ ଭାରତ ବିଶ୍ବର ପଞ୍ଚମ ସ୍ଥାନରେ ରହିଛି ।