ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ଦୂର କରିବା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଛନ୍ତି। ଇତି ମଧ୍ୟରେ ପୂର୍ବ ଲଦାଖର ଫିଙ୍ଗର ଅଞ୍ଚଳରେ ଚୀନ ସହ ଭାରତ ମଧ୍ୟ ସମାନ ସଂଖ୍ୟକ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ ବୋଲି ଭାରତୀୟ ପକ୍ଷକୁ ପରାମର୍ଶ ଦେଇଛି ଚୀନ। ତେବେ ଚୀନର ପ୍ରସ୍ତାବକୁ ଭାରତୀୟ ଦଳ ପ୍ରତ୍ୟାଖ୍ୟାନ କରିଥିବା ସୂତ୍ରରୁ ପ୍ରକାଶ ପାଇଛି ।
ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ କୂଟନୈତିକ ସ୍ତରୀୟ ଆଲୋଚନା କରିବା ପରେ ଏବେ ସାମରିକ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ସୁନିଶ୍ଚିତ କରୁଛନ୍ତି । ତେବେ ସୂତ୍ର ଅନୁଯାୟୀ, ଉଭୟ ଭାରତ ଏବଂ ଚୀନ ଫିଙ୍ଗର -4 ଅଞ୍ଚଳରୁ ସମାନ ପରିମାଣର ସୈନ୍ୟ ପ୍ରତ୍ୟାହାର କରିବା ଉଚିତ ବୋଲି ଚୀନ ପକ୍ଷ ପରାମର୍ଶ ଦେଇଥିଲେ। ହେଲେ ଭାରତୀୟ ଦଳ ଏହି ପରାମର୍ଶକୁ ଗ୍ରହଣ କରିନାହାଁନ୍ତି। ସେପଟେ ପ୍ରକୃତ ନିୟନ୍ତ୍ରଣ ରେଖାରେ ରେ କୌଣସି ଅପ୍ରତ୍ୟାଶିତ କାର୍ଯ୍ୟ କିମ୍ବା ଘଟଣାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସେନାର ବରିଷ୍ଠ ସୈନ୍ୟ କମାଣ୍ଡୋମାନେ ସେମାନଙ୍କ ଫିଲ୍ଡ କମାଣ୍ଡୋମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଚୀନ ସୈନ୍ୟ ପେଙ୍ଗୋଙ୍ଗ ସୋ ହ୍ରଦ କ୍ଷେତ୍ରର ଆଖପାଖ ଅଞ୍ଚଳରେ ରହିଛନ୍ତି । ଚୀନ ଫିଙ୍ଗର -5 ରୁ ଫିଙ୍ଗର -8 ଅଞ୍ଚଳରେ ବହୁ ସଂଖ୍ୟକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି। ଏପ୍ରିଲ-ମେ ମାସରେ ଏହି ଅଞ୍ଚଳରେ ଚୀନର ସାମରିକ ବେସ ରହିଥିଲା । ତେବେ ଚୀନ ସେନା ଫିଙ୍ଗର ଅଞ୍ଚଳରୁ ସମ୍ପୂର୍ଣ୍ଣରୂପେ ପଛକୁ ଯାଇ ଏହାର ମୂଳ ସ୍ଥାନକୁ ଫେରିବା ଉଚିତ୍ ବୋଲି ଭାରତୀୟ ପକ୍ଷ ସ୍ପଷ୍ଟ କରିଛି ।