ଓ୍ବାଘା: କରତାରପୁର କରିଡରକୁ ନେଇ ସରିଲା ଓ୍ବାଘା ସୀମାରେ ଚାଲିଥିବା ଭାରତ ପାକିସ୍ତାନ ଦ୍ବିପାକ୍ଷିକ ଆଲୋଚନା । ପାକିସ୍ତାନ ପ୍ରତିଦିନ 5000 ଶ୍ରଦ୍ଧାଳୁଙ୍କୁ କରିଡର ଦେଇ ଗୁରୁଦ୍ବାର କରତାରପୁର ସାହିବ ଦର୍ଶନ ପାଇଁ ଅୁନମତି ଦେବାକୁ ଆଲୋଚନାରେ ଭାରତ ପାକିସ୍ତାନକୁ ଅନୁରୋଧ କରିଛି ।
ଭାରତୀୟ ଗୃହବିଭାଗର ଅନ୍ତରୀଣ ସୁରକ୍ଷା ଯୁଗ୍ମ ସଚିବ ଏସସିଏଲ ଦାସ ଏବଂ ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ଦୀପକ ମିତ୍ତଲଙ୍କ ନେତୃତ୍ବରେ ଯାଇଥିବା ଭାରତୀୟ ପ୍ରତିନିଧି ମଣ୍ଡଳଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଡ. ମହମ୍ମଦ ଫୈଜଲଙ୍କ ପକ୍ଷରୁ ଓ୍ବାଘାଠାରେ ସ୍ବାଗତ କରାଯାଇଥିଲା । ସେପଟେ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଡ. ମହମ୍ମଦ ଫୈସଲଙ୍କ ଅଧ୍ୟକ୍ଷତାରେ 20 ଜଣିଆ ପାକିସ୍ତାନୀ ଅଧିକାରୀ ଏହି ପ୍ରତିନିଧି ମଣ୍ଡଳରେ ସାମିଲ ଥିଲେ ।