ଓଡିଶା

odisha

ETV Bharat / bharat

ନେପାଳ-ଭାରତ ମଧ୍ୟରେ ଆରମ୍ଭ ହେବ ରେଳସେବା - ବିହାରର ଜୟନଗ

ଭାରତ-ନେପାଳ ମଧ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ରେଳ ଯୋଗାଯୋଗ । ଏହି ଟ୍ରେନ ବିହାରର ଜୟନଗରରୁ ନେପାଳର କୁର୍ଥା ପର୍ଯ୍ୟନ୍ତ ବ୍ରୋଡ-ଗେଜ ଲାଇନରେ ଚଳାଚଳ ହେବ ।

ଫାଇଲ ଫଟୋ

By

Published : Aug 14, 2019, 10:50 PM IST

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ରେଳ ଯୋଗାଯୋଗ । ଏହି ଟ୍ରେନ ବିହାରର ଜୟନଗରରୁ ନେପାଳର କୁର୍ଥା ପର୍ଯ୍ୟନ୍ତ ବ୍ରୋଡ-ଗେଜ ଲାଇନରେ ଚଳାଚଳ ହେବ । କୁର୍ଥା ଷ୍ଟେସନ ନେପାଳର ଧନୁଷ ଜିଲ୍ଲାର ଜନକପୁର ଜୋନରେ ଅବସ୍ଥିତ । ତେବେ ଏହି ରେଳ ଯାତ୍ରା ପାଖାପାଖି 33 କିମିର ହେବ । ଏଥିପାଇଁ ବିହାରର ଜୟନଗରରେ ଏକ ନୂଆ ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି ।

ତେବେ ଏହି ରେଳସେବା ପାଇଁ ଭାରତ ଏବଂ ନେପାଳ ମଧ୍ୟରେ ଚାଲିଥିବା ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ଥିବା ଜଣା ପଡିଛି । ମାସକ ମଧ୍ୟରେ ଲୋକେ ଏହି ସେବା ପାଇପାରିବେ ବୋଲି ଆଶା ରଖାଯାଇଛି । ତେବେ ଏହି ଲାଇନରେ କେବଳ ଯାତ୍ରୀ ନୁହେଁ ବରଂ ମାଲବାହୀ ଟ୍ରେନ ମଧ୍ୟ ଚାଲିବ । ଏହି ରେଳ ଲାଇନକୁ ନେପାଳର ବର୍ଦିବାସ ପର୍ଯ୍ୟନ୍ତ ବିସ୍ତାର କରିବାର କାର୍ଯ୍ୟ ଚାଲିଛି ।

ଚଳିତ ବର୍ଷ ସୁଦ୍ଧା ଏହି ଲାଇଲ ବିସ୍ତାରର କାର୍ଯ୍ୟ ଶେଷ ହେବ ବୋଲି ଆଶା ରଖାଯାଇଛି । ଜୟନଗର-ବର୍ଦିବାସ ରେଳ ଲାଇନକୁ ନେଇ ଆସନ୍ତା ଅଗଷ୍ଟ 21-22 ମଧ୍ୟରେ କାଠମାଣ୍ଡୁରେ ଏକ ବୈଠକ ହେବ ବୋଲି ଜଣା ପଡିଛି । ଏହି ବୈଠକରେ ନେପାଳ ସରକାର, ଭାରତୀୟ ରେଳ ଏବଂ ଭାରତର ବିଦେଶ ମନ୍ତ୍ରାଳୟର ଅଧିକାରୀ ଯୋଗ ଦେବେ । ତେବେ ଏହା ଦ୍ବାରା ନେପାଳ-ଭାରତ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହେବ ।

ABOUT THE AUTHOR

...view details