ନୂଆଦିଲ୍ଲୀ: ଭାରତ ସରକାର ଅଷ୍ଟ୍ରେଲିଆ, ଜାପାନ, ଋଷ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର ସମେତ 13 ଟି ଦେଶ ସହ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଦ୍ୱିପାକ୍ଷିକ ଅସ୍ଥାୟୀ ବିମାନ ଚଳାଚଳ ପଥ ବ୍ୟବସ୍ଥା ବା ଏୟାର ବବଲ୍ ସ୍ଥାପନ କରିବାକୁ ପ୍ରୟାସ କରୁଛି । ଦ୍ୱିପାକ୍ଷିକ ଏୟାର ବବଲ୍ ଚୁକ୍ତି ଅନୁଯାୟୀ ଉଭୟ ଦେଶର ବିମାନ ସେବା କେତେକ ନିର୍ଦ୍ଦିଷ୍ଟ ପ୍ରତିବନ୍ଧକ ସହିତ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ କରିପାରିବେ। ଏଥିପାଇଁ ଏହି ସମସ୍ତ ଦେଶ ସହ କଥାବାର୍ତ୍ତା ଜାରି ରହିଛି ବୋଲି ବେସାମରିକ ବିମାନ ଚଲାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।
ଜାପାନ ଓ ଋଷ ସମେତ ୧୩ ଦେଶ ସହ ଏୟାର ବବଲ୍ ଚୁକ୍ତିନାମା କରୁଛି ଭାରତ - ଭାରତ ସରକାର
ଭାରତ ସରକାର ଅଷ୍ଟ୍ରେଲିଆ, ଜାପାନ, ଋଷ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର ସମେତ 13 ଟି ଦେଶ ସହ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଦ୍ୱିପାକ୍ଷିକ ଅସ୍ଥାୟୀ ବିମାନ ଚଳାଚଳ ପଥ ବ୍ୟବସ୍ଥା ବା ଏୟାର ବବଲ୍ ସ୍ଥାପନ କରିବାକୁ ପ୍ରୟାସ କରୁଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
ଜାପାନ ଓ ଋଷ ସମେତ ୧୩ ଦେଶ ସହ ଏୟାର ବବଲ୍ ଚୁକ୍ତିନାମା କରୁଛି ଭାରତ
ଭାରତ ଜୁଲାଇରୁ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, କତାର ଓ ମାଳଦ୍ୱୀପ ସହ ବୁଝାମଣା କରିଆସୁଛି । ଏପରି ବ୍ୟବସ୍ଥାକୁ କାଏମ ରଖିବା ପାଇଁ ଆଉ ୧୩ଟି ଦେଶ ସହ ଆଲୋଚନା ହେଉଛି । ତେବେ ପଡୋଶୀ ଦେଶ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ନେପାଳ ଏବଂ ଭୁଟାନ ସହିତ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।