ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମାନ୍ୟ ଛାଡ ଦିଆଯାଇଛି । ଏହି ଛାଡ ମଧ୍ୟରେ କିଛି ଅଫିସ ଖୋଲାଯାଇଛି ।
ଅଫିସ ଯାଉଥିବା ଲୋକ ଆଇକାର୍ଡ ନେଇ ଯିବାକୁ ଦିଲ୍ଲୀ ପୋଲିସଙ୍କ ଅନୁରୋଧ - ଦିଲ୍ଲୀ ପୋଲିସ
ଏହି ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମାନ୍ୟ ଛାଡ ଦିଆଯାଇଛି । ଏହି ଛାଡ ମଧ୍ୟରେ କିଛି ଅଫିସ ଖୋଲାଯାଇଛି ।
ଅଫିସ ଯାଉଥିବା ଲୋକ ଆଇକାର୍ଡ ନେଇ ଯିବାକୁ ଦିଲ୍ଲୀ ପୋଲିସଙ୍କ ଅନୁରୋଧ
ଏହାମଧ୍ୟରେ ଦିଲ୍ଲୀ ପୋଲିସ ଯେଉଁ ଲୋକମାନେ ଅଫିସ ଯାଉଛନ୍ତି ସେମାନେ ସାଥିରେ ଆଇକାର୍ଡ ନେଇ ଯିବାକୁ ଅନୁରୋଧ କରିଛନ୍ତି । ଏଥିସହ ଲକଡାଉନ ନିୟମକୁ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ପ୍ରକାଶ ଥାଉକି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାର କରିଛି । ଏହାଛଡା ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 64 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।