ଓଡିଶା

odisha

ETV Bharat / bharat

ଆହୁରି ଖତରନାକ ସାଜିବ ବ୍ରହ୍ମୋସ, ଶତ୍ରୁକୁ କରିବ ସମୂଳେ ନାଶ

ଆସୁଛି ବ୍ରହ୍ମୋସ । ଶତ୍ରୁକୁ କରିବ ସମୂଳେ ନାଶ । ବ୍ରହ୍ମୋସ ମିସାଇଲର ପରୀକ୍ଷଣ ନେଇ ଚାଲିଛି ପ୍ରସ୍ତୁତି । ଭୂ-ପୃଷ୍ଠରେ ଥିବା ନିଜ ଟାର୍ଗେଟକୁ ଏକ ଝଟକାରେ ଧ୍ବଂସ କରିବାର ଶକ୍ତି ଅଛି ବ୍ରହ୍ମୋସ ପାଖରେ ।

By

Published : Apr 28, 2019, 1:20 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭୂପୃଷ୍ଠରେ ବଡରୁ ବଡ ଟାର୍ଗେଟକୁ କ୍ଷଣକ ଭିତରେ ଧ୍ୱଂସ କରୁଥିବା ବ୍ରହ୍ମୋସ ମିସାଇଲର ପରୀକ୍ଷଣ ଆଗାମୀ ସପ୍ତାହରେ କରାଯିବ । ଏନେଇ ଭାରତୀୟ ବାୟୁସେନା ଓ ଡିଆରଡିଓ ପକ୍ଷରୁ ଦୁନିଆର ସବୁଠୁ ଦ୍ରୁତ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଉଛି ।

ଭାରତୀୟ ବାୟୁସେନାର ସୂଚନାନୁଯାୟୀ, ବ୍ରହ୍ମୋସର ପରୀକ୍ଷଣ କରିବା ନେଇ ଆମେ ସମସ୍ତ ଚେଷ୍ଟା ଚଳାଇଛୁ । ଏହି ମିସାଇଲ ଭୂ-ପୃଷ୍ଠରେ ଥିବା ନିଜ ଟାର୍ଗେଟକୁ ଏକ ଝଟକାରେ ଧ୍ବଂସ କରିଦେଇପାରିବ । ଏହା ସୀମା ନ ଲଙ୍ଘି ମଧ୍ୟ ବାଲାକୋଟ ଷ୍ଟ୍ରାଇକ ଭଳି କରିବ ଆକ୍ରମଣ । ଏହି ନୂଆ ବ୍ରହ୍ମୋସର ପରୀକ୍ଷଣ ଆସନ୍ତା ସପ୍ତାହରେ ଦକ୍ଷିଣ ଭାରତରେ କରାଯିବାର ଯୋଜନା ରହିଛି । ଏହି ନୂଆ ବ୍ରହ୍ମୋସ ସୁଖାେଇ ବିମାନକୁ ମଧ୍ୟ ମାତ ଦେବ ବୋଲି କୁହାଯାଇଛି ।

ସୂଚନାମୁତାବକ, 40 ସୁଖାଇ-30MKI ଯୁଦ୍ଧ ବିମାନରେ ଏହି ବ୍ରହ୍ମୋସକୁ ଫିଟିଙ୍ଗ କରାଯିବ । ଯାହାଫଳରେ ଦରକାର ପଡିଲେ ବହୂ ଦୂରରୁ ଏହାର ବ୍ୟବହାର ଶତ୍ରୁକୁ ବିନାସ କରିବାରେ ଦରକାର ଆସିବ । ତେବେ ଏହାର ଉପଲବ୍ଧି ଭାରତୀୟ ବାୟୁସେନାକୁ ଆହୁରୀ ଶକ୍ତିଶାଳୀ କରିବ। ଏହା ବାଲାକୋଟ ଭଳି ଏୟାରଷ୍ଟ୍ରାଇକ ଭାରତୀୟ ସୀମାର 15 କିମି ଭିତରେ ରହି ମଧ୍ୟ ଶତ୍ରୁ ବିନାଶକାରୀ ସାଜିବ । ଏହି କ୍ରୁଜ ମିସାଇଲର ପ୍ରଥମ ପରୀକ୍ଷଣ ପଶ୍ଚିମବଙ୍ଗଳାର ଖାଡିରେ 2018 ମସିହା ଜୁଲାଇ ମାସରେ କରାଯାଇଥିଲା ।

ଏହି ମିସାଇଲରେ ଅନେକ ଗୁଡିଏ ବିଶେଷତ୍ବ ରହିଛି । ଅତି ସହଜରେ ଯେପରି ଫାଇଟର ପ୍ଲେନରେ ଏହି ମିସାଇଲକୁ ବ୍ୟବହାର କରିହେବ, ସେ ନେଇ ଏହାକୁ ଅତି ହାଲୁକା କରି ନିର୍ମାଣ କରାଯାଇଛି ।

ABOUT THE AUTHOR

...view details