ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି କୋରୋନା ଭ୍ୟାକସିନର ଉପଲବ୍ଧକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ଭ୍ୟାକସିନର ବିତରଣ, ବଣ୍ଟନ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି ।
କୋରୋନା ଟୀକାର ଅଗ୍ରଗତିକୁ ନେଇ ମୋଦିଙ୍କ ସମୀକ୍ଷା ବୈଠକ - ପ୍ରଧାନମନ୍ତ୍ରୀ ମୋଦି କୋରୋନା ସ୍ଥିତି
ପ୍ରଧାନମନ୍ତ୍ରୀ ମୋଦି କୋରୋନା ଟୀକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭ୍ୟାକସିନର ବିତରଣ,ବଣ୍ଟନ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...
ପ୍ରଧାନମନ୍ତ୍ରୀ ମୋଦି ଭାରତରେ କୋରୋନା ଟୀକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହାର ତିନୋଟି ପର୍ଯ୍ୟାୟରେ ଭ୍ୟାକସିନ ବିକାଶର ଉନ୍ନତ ପରିଲଖିତ ହେଉଛି । ଦେଶର ଗବେଷଣା ଅନୁଷ୍ଠାନର କ୍ଷମତାକୁ ମଜବୁତ କରିବାରେ ସାହାଯ୍ୟ କରୁଛି । ଏହା ସହ ଟୀକା ସଂରକ୍ଷଣ, ବଣ୍ଟନ ଏବଂ ପ୍ରଶାସନ ସମ୍ବନ୍ଧୀୟ ଦିଗ ଗୁଡିକ ମଧ୍ୟ ସମୀକ୍ଷା କରାଯାଇଛି | ଟୀକା ପ୍ରସ୍ତୁତ ହେବା ପରେ ଏହାର ବିତରଣ, ବଣ୍ଟନ ଏବଂ ପ୍ରଶାସନର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ଏହା ସହ ଦେଶର COVID-19 ପରିସ୍ଥିତିର ସମୀକ୍ଷା କରିଛନ୍ତି |
ଗତ କିଛି ଦିନ ମଧ୍ୟରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହେଉଛି ଏବଂ ଅଭିବୃଦ୍ଧି ହାର କ୍ରମାଗତ ଭାବେ ହ୍ରାସ ପାଉଛି କିନ୍ତୁ ଆତ୍ମସନ୍ତୋଷଜନକ ସଫଳତା ମିଳିନାହିଁ | ସୂଚନା ଥାଉକି ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7,95,087 ରହିଥିବା ବେଳେ 65,24,595 ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ 1,12,998 ଜଣ ମୃତ୍ୟୁବରଣ କରିଛନ୍ତି । ସାରା ବିଶ୍ବରେ ଭାରତ କୋରୋନାକୁ ନେଇ ଦ୍ବିତୀୟ ସ୍ଥାନରେ ରହିଛି ।