ଓଡିଶା

odisha

ETV Bharat / bharat

କରତାରପୁର କରିଡର ପ୍ରସଙ୍ଗ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ଆଲୋଚନା

ତିନି ମାସ ତଳେ ଏହି ପ୍ରକଳ୍ପ ନିର୍ମାଣ ନେଇ ଉଭୟ ଦେଶ ରାଜି ହୋଇଥିଲେ । ପାକିସ୍ତାନର କରତାରପୁର ସହରରେ ଥିବା ଗୁରୁଦ୍ବାରା ଦରବାର ସାହିବ ଏବଂ ଭାରତର ପଞ୍ଜାବ ଗୁରଦାସପୁର ଜିଲ୍ଲା ମଧ୍ୟରେ ଏକ କରିଡର ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ ରାଜିନାମା ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Mar 14, 2019, 12:12 PM IST

ପଞ୍ଜାବ: ବହୁପ୍ରତୀକ୍ଷିତ କରତାରପୁର କରିଡର ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ ହୋଇଛି । ଏଥିପାଇଁ ଉଭୟ ଭାରତ ଓ ପାକିସ୍ତାନର ଅଧିକାରୀ ପଞ୍ଜାବର ଅଟ୍ଟାରୀ-ୱାଘା ବର୍ଡରରେ ପହଞ୍ଚି ଆଲୋଚନା ଆରମ୍ଭ କରିଛନ୍ତି । କରିଡରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଆବଶ୍ୟକୀୟ ସୁବିଧା ଉପରେ ଉଭୟ ରାଷ୍ଟ୍ର ଆଲୋଚନା କରୁଛନ୍ତି ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସଙ୍ଗ ଉପରେ ଏହା ଉଭୟ ଦେଶ ମଧ୍ୟରେ ପ୍ରଥମ ବୈଠକ । ତିନି ମାସ ତଳେ ଏହି ପ୍ରକଳ୍ପ ନିର୍ମାଣ ନେଇ ଉଭୟ ଦେଶ ରାଜି ହୋଇଥିଲେ । ପାକିସ୍ତାନର କରତାରପୁର ସହରରେ ଥିବା ଗୁରୁଦ୍ବାରା ଦରବାର ସାହିବ ଏବଂ ଭାରତର ପଞ୍ଜାବ ଗୁରଦାସପୁର ଜିଲ୍ଲା ମଧ୍ୟରେ ଏକ କରିଡର ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ ରାଜିନାମା ହୋଇଥିଲା ।

ତେବେ ଆଜିର ଆଲୋଚନା ଅଟ୍ଟାରୀ-ୱାଘା ବର୍ଡରର ଭାରତ ସୀମାରେ ହେଉଛି । ଏହି ବୈଠକରେ ଭାରତ ମୁଖ୍ୟତଃ ଭାରତୀୟ ତୀର୍ଥଯାତ୍ରୀଙ୍କ ପାକିସ୍ତାନକୁ ନିରାପଦ ଯାତ୍ରା ପ୍ରସଙ୍ଗ ଉଠାଇବ ବୋଲି ସୂଚନା ରହିଛି । ଏହାସହ ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଯେପରି ଏହି କରିଡର ନିର୍ମାଣରେ କୌଣସି ସମସ୍ୟା ସୃଷ୍ଟି ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପାକିସ୍ତାନ ଅଧିକାରୀଙ୍କୁ ଭାରତୀୟ କର୍ତ୍ତୁପକ୍ଷ କହିବେ ବୋଲି ଜଣାପଡିଛି । ଗତବର୍ଷ ପାକ୍‌ ଭ୍ରମଣରେ ଯାଇଥିବା କିଛି ଭାରତୀୟ ତୀର୍ଥଯାତ୍ରୀଙ୍କୁ ପ୍ରୋ-ଖଲିସ୍ତାନ ବ୍ୟାନର ପ୍ରଦର୍ଶନ କରାଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ନିର୍ମାଣ ପରେ ସୁରକ୍ଷା କଡାକଡି କରିବାକୁ ଭାରତ ଏହି ବୈଠକରେ ଦାବି କରିବ ବୋଲି ସୂଚନା ରହିଛି ।

ଏହାସହ ବିନା ପାସପୋର୍ଟ ଓ ଭିସାରେ ଗୁରୁଦ୍ବାରା ଦର୍ଶନରେ ଯିବା ପାଇଁ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଅନୁମତି ଦେବାକୁ ଭାରତୀୟ ପ୍ରତିନିଧିମଣ୍ଡଳୀ ପାକିସ୍ତାନ ପ୍ରତିପକ୍ଷଙ୍କୁ ଅନୁରୋଧ କରିବେ ବୋଲି ଜଣାପଡିଛି । ଭାରତୀୟ ପ୍ରତିନିଧିମଣ୍ଡଳୀରେ ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ବିଏସଏଫ, ପଞ୍ଜାବ ସରକାର ଏବଂ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଯୋଗ ଦେବେ । ତେବେ ଆଜି ପାକିସ୍ତାନ ଅଧିକାରୀ ଆସୁଥିବାବେଳେ ଭାରତୀୟ ପ୍ରତିନିଧି ଆଗାମୀ କିଛି ମାସରେ ପାକିସ୍ତାନ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details