ନୂଆଦିଲ୍ଲୀ:ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବିଦେଶ ପୁଞ୍ଜି ନିବେଶ କରାଯିବ । ପ୍ରତିରକ୍ଷା କ୍ଷେତ୍ରରେ 74 ପ୍ରତିଶତ ବିଦେଶ ପୁଞ୍ଜି ପ୍ରତ୍ୟକ୍ଷ ଭାବରେ ନିବେଶ କରାଯିବା ସହ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଶସକ୍ତ କରାଯିବ । ଏନେଇ ସରକାର ନୂତନ ଆଇନ ପ୍ରଣୟନ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏହା ସରକାରଙ୍କ ସବୁଠୁ ବଡ ନୀତି ହେବ ବୋଲି କହିଛନ୍ତି ।
ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବିଦେଶ ପୁଞ୍ଜି ନିବେଶ କରାଯିବ । ଆସନ୍ତା 3 ରୁ 5 ଦିନ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପ ଭାବରେ ନୂତନ ପ୍ରତିରକ୍ଷା ଉତ୍ପାଦନ ଓ ଅଧିଗ୍ରହଣ ନୀତି ଆସିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଭାରତ ଏକ ବହୁତ ବଡ ଦେଶ ହୋଇଥିବା ବେଳେ ଏହାର ସାମରିକ ବଳ ବିଶ୍ବର ଚତୁର୍ଥ ସ୍ଥାନରେ ରହିଛି ।