ଓଡିଶା

odisha

ETV Bharat / bharat

ଆଫ୍ରିକାକୁ 13ଟି ଜରୁରୀ ମେଡିସିନ ଯୋଗାଇଲା ଭାରତ

କୋରୋନା ମହାମାରୀରେ ଆଫ୍ରିକାକୁ ସାହାର୍ଯ୍ୟର ହାତ ବଢାଇ ଭାରତ । ଶୁକ୍ରବାର ମୋଜାମ୍ବିକକୁ 22 ମିଲିୟନ ମେଟ୍ରିକ୍ ଟନର ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଏବଂ ପାରାସିଟାମୋଲ ସହିତ 13 ଟି ଜରୁରୀ ମେଡିସିନ ହସ୍ତାନ୍ତର କରିଛି।

ଆଫ୍ରିକାକୁ  13ଟି ଜରୁରୀ ମେଡିସିନ ଯୋଗାଇଲା ଭାରତ
ଆଫ୍ରିକାକୁ 13ଟି ଜରୁରୀ ମେଡିସିନ ଯୋଗାଇଲା ଭାରତ

By

Published : Sep 19, 2020, 11:58 AM IST

ନୂଆଦିଲ୍ଲୀ: ଆଫ୍ରିକାକୁ ମେଡିସିନ ଯୋଗାଇଲା ଭାରତ । କୋରୋନା ମହାମାରୀରେ ଆଫ୍ରିକାକୁ ସାହାର୍ଯ୍ୟର ହାତ ବଢାଇ ଭାରତ ଶୁକ୍ରବାର ମୋଜାମ୍ବିକକୁ 22 ମିଲିୟନ ମେଟ୍ରିକ୍ ଟନର ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଏବଂ ପାରାସିଟାମୋଲ ସହିତ 13ଟି ଜରୁରୀ ମେଡିସିନ ହସ୍ତାନ୍ତର କରିଛି।

ମୋଜାମ୍ବିକରେ ଥିବା ଭାରତର ଉଚ୍ଚ କମିଶନର ରାଜୀବ କୁମାର ଏହି ଔଷଧକୁ ମୋଜାମ୍ବିକର ବୈଦେଶିକ ମନ୍ତ୍ରୀ ଭେରୋନିକା ନାଟାନିଏଲ ମାକାମୋ ଡଲହୋଭୋଙ୍କୁ ହସ୍ତାନ୍ତର କରିଛନ୍ତି ।

ଏନେଇ ମୋଜାମ୍ବିକର ବୈଦେଶିକ ମନ୍ତ୍ରୀ ଭେରୋନିକା ନାଟାନିଏଲ ମାକାମୋ ଡଲହୋଭୋ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଆଫ୍ରିକା ଦେଶ ସହିତ ବିକାଶ ଭାଗିଦାରୀରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିଛନ୍ତି।

ଜନ୍ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, ମୋଜାମ୍ବିକରେ 6161 କୋରୋନା ଆକ୍ରାନ୍ତ ଥିବାବେଳେ 39 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details