ଓଡିଶା

odisha

ETV Bharat / bharat

ପୋଖରନରେ ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ - nag anti tank guided missile

ଗୁରୁବାର ସୁରକ୍ଷା ଦୃଷ୍ଟିରୁ ଭାରତ ଏକ ବଡ ସଫଳତା ହାସଲ କରିଛି। ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍ ରାଜସ୍ଥାନର ପୋଖରନରେ ସଫଳତାର ସହ ପରୀକ୍ଷଣ କରାଯାଇଛି। ଅଧିକ ପଢନ୍ତୁ...

ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ
ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ

By

Published : Oct 22, 2020, 3:42 PM IST

Updated : Oct 22, 2020, 6:39 PM IST

ନୂଆଦିଲ୍ଲୀ: ଗୁରୁବାର ସୁରକ୍ଷା ଦୃଷ୍ଟିରୁ ଭାରତ ଏକ ବଡ ସଫଳତା ହାସଲ କରିଛି। ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍ ରାଜସ୍ଥାନର ପୋଖରନରେ ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ୱାରହେଡରେ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ବାରା ନିର୍ମିତ ଏହି ଦେଶୀ କ୍ଷେପଣାସ୍ତ୍ର ଗୁରୁବାର ସକାଳ 6ଟା45ମିନିଟରେ ପୋଖରନରେ କ୍ଷେପଣ କରାଯାଇଛି । ପ୍ରକାଶଥାଉକି, ନାଗ୍ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ବଦେଶୀ । ଏହାର ଭିନ୍ନ ଭିନ୍ନ ପରୀକ୍ଷଣ DRDO ଦ୍ବାରା କ୍ରମାଗତ ଭାବରେ କରାଯାଇଛି ।

ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ

ନାଗ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ପୂର୍ବରୁ ମଧ୍ୟ କରାଯାଇଛି । 2017, 2018 ଏବଂ 2019ରେ ବିଭିନ୍ନ ପ୍ରକାରର ନାଗ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଏହାର ଅବିସ୍ମରଣୀୟ ଲକ୍ଷ୍ୟକୁ ଭେଦିବାର କ୍ଷମତା ଅଛି ଏବଂ ଏହା ଶତ୍ରୁ ଟ୍ୟାଙ୍କ ଗୁଡିକୁ ନଷ୍ଟ କରିପାରେ । ଗତ ଏକ ମାସ ମଧ୍ୟରେ ଭାରତ ବିଭିନ୍ନ ଉପାୟରେ ଏହିପରି ଏକାଧିକ ସ୍ବଦେଶୀ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରାଯାଇଛି।

Last Updated : Oct 22, 2020, 6:39 PM IST

ABOUT THE AUTHOR

...view details