ଓଡିଶା

odisha

ETV Bharat / bharat

ଆମେରିକା-ଇରାନ ମଧ୍ୟରେ ବଢୁଛି ବିବାଦ: ତୈଳଦର ବୃଦ୍ଧି ନେଇ ସାହାଯ୍ୟ ଲୋଡ଼ିଲା ଭାରତ

ଇରାନ ଏବଂ ଆମେରିକା ମଧ୍ୟରେ ବଢିଚାଲିଛି ବିବାଦ । ଷ୍ଟ୍ରେଟ ଅଫ୍‌ ହୋରମୁଜ ସହ ଯୋଡିତ ଡ୍ରୋନ ଘଟଣାକ୍ରମ ଯୋଗୁଁ ଭାରତରେ ତୈଳ ଦର ବୃଦ୍ଧି ହୋଇଛି । ଏନେଇ ଚିନ୍ତାରେ ଭାରତ ସରକାର । ସେପଟେ ତୈଳଦର ବୃଦ୍ଧି ନେଇ ସାଉଦୀ ଆରବକୁ ସାହାଯ୍ୟ ମାଗିଲା ଭାରତ ।

ପ୍ରତିକାତ୍ମକ ଫଟୋ

By

Published : Jun 22, 2019, 10:55 AM IST

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏବେ ଭାରତ ଚିନ୍ତାରେ । ଭାରତରେ ବଢିବାରେ ତୈଳ ଦର । ଏବେ ଅଶୋଧିତ ତୈଳ ଦରକୁ ନେଇ ଭାରତ ସରକାରଙ୍କ ଚିନ୍ତା ଆହୁରି ବଢିଯାଇଛି । ଷ୍ଟ୍ରେଟ ଅଫ୍‌ ହୋରମୁଜ ସହ ଜଡ଼ିତ ଘଟଣାକ୍ରମ ଯୋଗୁଁ ତୈଳ ଦର ବୃଦ୍ଧି ହେବା ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛି ।

ଏହି ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦୀ ଆରବର ଉର୍ଜା ଏବଂ ପୋଟ୍ରୋଲିୟମ ମନ୍ତ୍ରୀ ଖାଲିଦ-ଅଲ-ଫଲିହଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି । ଓପେକ ର ମୁଖ୍ୟ ସଦସ୍ୟ ସାଉଦୀ ଆରବକୁ ତେଲ ଦର ନିୟନ୍ତ୍ରଣ ରଖିବା ପାଇଁ କହିଛନ୍ତି । ତୈଳ ସହ ଜଡିତ ମାମଲାରେ ଭାରତ ପ୍ରାୟ 83 ପ୍ରତିଶତ ଆୟ ଉପରେ ନିର୍ଭର କରେ ।

ସେପଟେ ଗୁରୁବାର ବ୍ରେଣ୍ଟ ଅଶୋଧିତ ତୈଳର ଦର 5 ପ୍ରତିଶତ ଅଧିକ ବଢିଥିବା ଦର୍ଜ ହୋଇଥିଲା, ଯାହାକି ଜାନୁଆରୀ ପରଠାରୁ ଏହା ସର୍ବାଧିକ ବୋଲି କୁହାଯାଇଛି । ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳର ଦର 65 ଡଲାର ବ୍ୟାରେଲ ଅଟେ । ସୂଚନା ଥାଉକି ହର୍ମୁଜ ଜଳପଥ ବା ଷ୍ଟ୍ରେଟରେ ଇରାନ ଆମେରିକୀ ନୌସେନାର ଏକ ଡ୍ରୋନକୁ ଟାର୍ଗେଟ କରି ପରାସ୍ତ କରିଥିଲା । ଏହା ପରେ ଉଭୟ ଦଶ ମଧ୍ୟରେ କାଣ୍ଟେକା ଟକ୍କର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆରମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ କଠୋର ହୋଇଯାଇଛନ୍ତି । ତେଣୁ ଏହାର ପ୍ରଭାବ ଭାରତ ଉପରେ ପଡିଥିବା ଦେଖିବାକୁ ମିଳିଛି ।

ଏନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି, ‘ହୋର୍ମୁଜ ଷ୍ଟ୍ରେଟଥରେ ଘଟିଥିବା ଡ୍ରୋନ ଘଟଣା ଚିନ୍ତାର କାରଣ ପାଲଟିଛି । ଯେଉଁଥିପାଇଁ ଏବେ ତେଲ ଦର ବୃଦ୍ଧି ପାଇଛି ।’ ସେପଟେ ଡ୍ରୋନ ଘଟଣାକୁ ନେଇ ଇରାନ କହିଛି ଆମେରିକୀ ଡ୍ରୋନ ଇରାନର ସୀମାରେ ଜାସୁସୀ କରୁଥିଲା । ତେଣୁ ଉକ୍ତ ଡ୍ରୋନକୁ ଉଡାଇ ଦିଆଯାଇଥିଲା । ଏହି କଥାକୁ ଆମେରିକା ଖାରଜ କରିଦେଇଛି ।

ସୂଚନା ଥାଉକି ଓମାନ ଏବଂ ଫାରସ ମଧ୍ୟରେ ଥିବା ଜଳପଥ ବିଶ୍ବର ସବୁଠୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ଜଳପଥ ମଧ୍ୟରେ ଅନ୍ୟତମ । ଭାରତ ନିଜର ପ୍ରାୟ 40 ପ୍ରତିଶତ ତେଲ ଏହି ଜଳପଥ ମାର୍ଗ ଦେଇ ଆଣେ । ସେପଟେ ଭାରତ ଓମାନ ଜଳପଥରେ ଦୁଇଟି ଯୁଦ୍ଧପୋତ ଠିଆ କରାଇଛି । ଗତ ସପ୍ତାହ ହୋମୁର୍ଜ ଷ୍ଟ୍ରେଟର ଜାପାନ ଏବଂ ନାର୍ୱେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଇରାନକୁ ଆମେରିକା ଦାୟୀ କରୁଛି । ସେପଟେ ଡ୍ରୋନ ଘଟଣାକୁ ନେଇ ଆମେରିକା ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକ ଡକାଇବାକୁ ଆଗ୍ରହ କରିଛି ।

ABOUT THE AUTHOR

...view details