ଓଡିଶା

odisha

ETV Bharat / bharat

ଟେଷ୍ଟିଂରେ ନୂଆ ରେକର୍ଡ, ଗତ 24 ଘଣ୍ଟାରେ 4.4 ଲକ୍ଷ ନମୁନା ପରୀକ୍ଷା

ଗତ ଗୋଟିଏ ସପ୍ତାହରେ ଦେଶରେ ପ୍ରତିଦିନ 3ଲକ୍ଷ 50 ହଜାର ଟେଷ୍ଟ କରିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ରଣନୀତି ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ 4.4 ଲକ୍ଷ ନମୁନା ପରୀକ୍ଷା
ଗତ 24 ଘଣ୍ଟାରେ 4.4 ଲକ୍ଷ ନମୁନା ପରୀକ୍ଷା

By

Published : Jul 26, 2020, 11:03 AM IST

ନୂଆଦିଲ୍ଲୀ: ଭାରତ ଟେଷ୍ଟିଂ ମାମଲାରେ ଏକ ନୂଆ ରେକର୍ଡ ସୃଷ୍ଟି । ଗତ 24 ଘଣ୍ଟାରେ ଦେଶରେ 4 ଲକ୍ଷ 42 ହଜାର 031 ଜଣଙ୍କ ଠାରେ କରାଗଲା କୋରୋନା ପରୀକ୍ଷଣ। ପ୍ରଥମ ଥର ଦେଶରେ ଏତେ ସଂଖ୍ୟକ ଟେଷ୍ଟିଂ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସରକାରୀ ଲ୍ୟାବ ଗତ 24 ଘଣ୍ଟାରେ 3 ଲକ୍ଷ 62 ହଜାର 153 ଜଣଙ୍କ ଠାରେ ଟେଷ୍ଟିଂ କରି ନୂଆ ରେକର୍ଡ ହାସଲ କରିଛି । ବେସରକାରୀ ଲ୍ୟାବ ମଧ୍ୟ 79 ହଜାର 878 ଟି ନମୂନା ଯାଞ୍ଚ କରିଛି ।

ଦେଶରେ ସଂକ୍ରମଣକୁ ମୁକାବିଲା କରିବାକୁ ଟେଷ୍ଟିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟେଷ୍ଟିଂ କ୍ଷମତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ସଂକ୍ରମଣ ମାମଲା ବୃଦ୍ଧି ପାଇବ ସତ କିନ୍ତୁ ପରବର୍ତ୍ତୀ ସମୟରେ ସଠିକ ଚିକିତ୍ସା ଓ ଟ୍ରେସିଂ ମାଧ୍ୟମରେ ସଂକ୍ରମଣକୁ ବିସ୍ତାରକୁ ରୋକିବାରେ ସକ୍ଷମ ହେବ ।

ଶନିବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି, ଜାନୁଆରୀରରୁ ଏଯାବତ ଦେଶରେ 1301 କୁ ଲ୍ୟାବ ବୃଦ୍ଧି କରାଯାଇଛି । ଯେଉଁଥିରେ ସରକାରଙ୍କ 901 ରହିଥିବାବେଳେ ବେସରକାରୀରେ 399ଟି ରହିଛି ।

@ANI

ABOUT THE AUTHOR

...view details