ଓଡିଶା

odisha

ETV Bharat / bharat

ଭାରତ-ଚୀନ ମଧ୍ୟରେ ବ୍ରିଗେଡିଅର-କର୍ଣ୍ଣଲ ସ୍ତରୀୟ ଆଲୋଚନା

ଭାରତ ଏବଂ ଚୀନ ସୀମା ବିବାଦର ସମାଧାନ ପାଇଁ ଆଜି ପୁଣି ଥରେ ବ୍ରିଗେଡିଅର ଏବଂ କର୍ଣ୍ଣଲ ସ୍ତରୀୟ ଆଲୋଚନା ହୋଇଛି । ଉଭୟ ଦେଶ ମଧ୍ୟରେ ଜାରି ଆଲୋଚନା ପରେ କିଛି ସ୍ଥାନରେ ସୈନିକଙ୍କ ସଂଖ୍ୟା ସିମିତ କରାଯାଇଥିବା ଜଣାପଡିଛି ।

ଭାରତ-ଚୀନ
ଭାରତ-ଚୀନ

By

Published : Jun 15, 2020, 4:27 PM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ସୀମା ବିବାଦର ସମାଧାନ ପାଇଁ ଆଜି ପୁଣି ଥରେ ବ୍ରିଗେଡିୟର ଏବଂ କର୍ଣ୍ଣଲ ସ୍ତରୀୟ ଆଲୋଚନା ହୋଇଛି । ପୂର୍ବ ଲଦାଖର ଗାଲଓ୍ଵାନ ଅଂଚଳ ଓ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଜାରି ରହିଥିବା ସମସ୍ୟାର ସମାଧାନ ଉଭୟ ଦେଶ ଆଲୋଚନା ମାଧ୍ୟମରେ କରିବାକୁ ପ୍ରୟାସ କରୁଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଜାରି ଆଲୋଚନା ପରେ କିଛି ସ୍ଥାନରେ ସୈନିକଙ୍କ ସଂଖ୍ୟା ସିମିତ କରାଯାଇଥିବା ଜଣାପଡିଛି ।

ଜୁନ 6 ତାରିଖରେ ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନାରେ ଉଭୟ ପକ୍ଷ ସକାରାତ୍ମକ ସନ୍ଦେଶ ଦେଇଥିଲେ । ଉଭୟ ନିଜ ନିଜ ସୈନିକଙ୍କୁ ପଛକୁ ହଟାଇବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଏହାର ଅର୍ଥ ଉଭୟ ଦେଶ ସମ୍ପୁର୍ଣ୍ଣ ରୂପରେ ସେଠାରୁ ନିଜ ସେନା ହଟାଇବା ନୁହେଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏହି ବୈଠକରେ ହିଁ ବ୍ରିଗେଡିଅର-କର୍ଣ୍ଣଲ ସ୍ତରୀୟ ଆଲୋଚନା ଉପରେ ସହମତି ପ୍ରକାଶ ହୋଇଥିଲା ।

ABOUT THE AUTHOR

...view details