ଓଡିଶା

odisha

ETV Bharat / bharat

'ତୃତୀୟ ଦେଶ ସହିତ ଏକତ୍ର କାମ କରିବାକୁ ଚିନ୍ତା କରୁଛି ଭାରତ ଓ ଜାପାନ' - ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ ବିବୃତ୍ତି ରଖିଛନ୍ତି। ଚୀନର ବିସ୍ତାରବାଦୀ ନୀତିକୁ ବ୍ରେକ ଦେବା ପାଇଁ ଓ ରଣକୌଶଳ ପ୍ରସ୍ତୁତି ପାଇଁ ଭାରତ ଓ ଜାପାନର ବନ୍ଧୁତାକୁ ମଜବୁତ୍ କରିବା ସହ ତୃତୀୟ ଦେଶକୁ ସାମିଲ କରି ମିଳିତ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

''ତୃତୀୟ ଦେଶ ସହିତ ଏକତ୍ର କାମ କରିବାକୁ ଚିନ୍ତା କରୁଛି ଭାରତ ଓ ଜାପାନ''
''ତୃତୀୟ ଦେଶ ସହିତ ଏକତ୍ର କାମ କରିବାକୁ ଚିନ୍ତା କରୁଛି ଭାରତ ଓ ଜାପାନ''

By

Published : Sep 19, 2020, 11:55 AM IST

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ ବିବୃତ୍ତି ରଖିଛନ୍ତି । ଚୀନର ବିସ୍ତାରବାଦୀ ନୀତିକୁ ବ୍ରେକ ଦେବା ପାଇଁ ଓ ରଣକୌଶଳ ପ୍ରସ୍ତୁତି ପାଇଁ ଭାରତ ଓ ଜାପାନର ବନ୍ଧୁତାକୁ ମଜବୁତ୍ କରିବା ସହ ତୃତୀୟ ଦେଶକୁ ସାମିଲ କରି ମିଳିତ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆମେ ଶ୍ରୀଲଙ୍କା ସହିତ କଥାବାର୍ତ୍ତା କରିଛୁ।

ତେବେ ଦକ୍ଷିଣ ଏସିଆରେ ଚୀନର ପ୍ରଭୂତ୍ବକୁ ଦେଖି ଭାରତ ଶ୍ରୀଲଙ୍କା, ବାଂଲାଦେଶ ଓ ମିଆଁମାର ଭଳି ଦେଶ ସହିତ ଏକାଠି ହୋଇ କାମ କରିବାର ଯୋଜନା ନେଇ ଚିନ୍ତା କରୁଛି । ଜୟଶଙ୍କର ଜାପାନକୁ ଭାରତର ସବୁଠାରୁ ବିଶ୍ୱସ୍ତ ଅଂଶୀଦାର ଏବଂ ଏସିଆର ଆଧୁନିକୀକରଣ ପାଇଁ ମହାନ ପ୍ରେରଣା ବୋଲି କହିଛନ୍ତି। ମନ୍ତ୍ରୀ କହିଛନ୍ତି,"ଆମର ମାରୁତି ବିପ୍ଳବ, ମେଟ୍ରୋ ବିପ୍ଳବ ଏବଂ ବୁଲେଟ୍ ଟ୍ରେନ ବିପ୍ଳବ ଜାପାନ ପାଇଁ ସମ୍ଭବ ହୋଇଛି।ଭିତ୍ତିଭୂମି ଏବଂ ପ୍ରକଳ୍ପ ବିକାଶ ପାଇଁ ଉଭୟ ଦେଶର ତୃତୀୟ ବିଶ୍ୱ ଦେଶରେ ଏକ ସହଭାଗୀତା ଅଛି ।

ଶ୍ରୀଲଙ୍କାରେ ମିଳିତ ପ୍ରକଳ୍ପ ଚାଲିଛି ଏବଂ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ଏବଂ ମିଆଁମାର ସହଯୋଗ କରିବ କି ନାହିଁ ତାହା ଜାଣିବାକୁ ଚେଷ୍ଟା ଚାଲିଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରଣରୁ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, ଏସିଆର ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦେଶକୁ ଏକଜୁଟ ହେବା ଦରକାର ଅଛି । କାରଣ ଜଣେ ଅନ୍ୟ ପ୍ରତି ସଶକ୍ତି ରହି ବ୍ୟକ୍ତିଗତ ଭାବେ ନିଜ ନିଜର ଶକ୍ତି ଶେଷ କଲେ ଏହି ମହାଦେଶର ମଙ୍ଗଳ ହେବ ନାହିଁ ।

ABOUT THE AUTHOR

...view details