ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧି - increasing pollution level in delhi

ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବଢିବାକୁ ଲାଗିଛି । କିଛି ସମୟ ପାଇଁ କମ୍ ଥିବା ବେଳେ ପୁଣି ଏହାର ମାତ୍ରାରେ ବୃଦ୍ଧି ଘଟିଛି ।

ଫାଇଲ ଫଟୋ

By

Published : Nov 11, 2019, 12:19 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଗତ କିଛି ଦିନ ହେବ ଏୟାର ଇଣ୍ଡେକ୍ସ ଲଗାତାର ଖରାପ ସ୍ଥିତିରେ ରହିଛି । ସୋମବାର ସକାଳୁ ଦିଲ୍ଲୀ ଆନନ୍ଦବିହାର ଅଞ୍ଚଳରେ ଏୟାର ଇଣ୍ଡେକ୍ସ ପିଏମ2.5, 370 ଥିବା ବେଳେ ପିଏମ10, 342 ରହିଛି ।

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସମ୍ବନ୍ଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବାନୁସାରେ, ଧିର ଗତିରେ ପ୍ରଦୂଷଣ କମ ହେଉଥିବା ବେଳେ ପୁଣିଥରେ ପ୍ରଦୂଷଣର ମାତ୍ରା ବଢିଛି । ମଙ୍ଗଳବାର ଏହାର ମାତ୍ରା ବଢିବାର ଆଶଙ୍କା ରହିଛି । ବୈଜ୍ଞାନିକଙ୍କ ମତରେ ରବିବାର ଦିଲ୍ଲୀରେ ଘଣ୍ଟାକୁ 8 କିଲୋମିଟର ପବନ ବହିଥିଲା ।


ଦିଲ୍ଲୀରେ ପ୍ରଦୂଷଣର ମାତ୍ରା:-

ଆନନ୍ଦବିହାର-370 ଅଶୋକନଗର-355

ବବାନା-374 ଆଇଟିଓ-338

ଲୋଧିରୋଡ-295 ମୁଣ୍ଡକା-366

ମନ୍ଦିରମାର୍ଗ-316 ନେହେରୁ ନଗର-359

ପୁସା-322 ଆରକେପୁରମ୍-302

ସୋନିୟାବିହାର-328 ବିବେକବିହାର-358

ବଜୀରପୁର-369 ବୁରାରୀ କ୍ରସିଂ-324

ଦ୍ବାରକା ସେକ୍ଟର8-351

ABOUT THE AUTHOR

...view details