ଓଡିଶା

odisha

By

Published : Sep 16, 2020, 5:12 PM IST

ETV Bharat / bharat

କୋଭିଡ-19 ମହାମାରୀ: ଜାତୀୟ ଖାଦ୍ୟ ସୁରକ୍ଷାରେ ଦିବ୍ୟାଙ୍ଗକୁ ସହାୟତା

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA)ର ଧାରା 38 ଅନୁଯାୟୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଯୋଗ୍ୟତା ଆଧାରରେ ଦିବ୍ୟାଙ୍ଗ ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷାରେ ଦିବ୍ୟାଙ୍ଗକୁ ସହାୟତା
ଜାତୀୟ ଖାଦ୍ୟ ସୁରକ୍ଷାରେ ଦିବ୍ୟାଙ୍ଗକୁ ସହାୟତା

ହାଇଦ୍ରାବାଦ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ଅନୁଯାୟୀ ସମସ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA)ର ଧାରା 38 ଅନୁଯାୟୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଯୋଗ୍ୟତା ଆଧାରରେ ଦିବ୍ୟାଙ୍ଗ ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷାରେ ଦିବ୍ୟାଙ୍ଗକୁ ସହାୟତା

2011 ଜନଗଣନା ଅନୁସାରେ, 2.68 କୋଟି ଲୋକ ଦିବ୍ୟାଙ୍ଗ । ମେ 2020 ସୁଦ୍ଧା ରାଜ୍ୟ ସରକାର ଅବା କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ଜାରି କରାଯାଇଥିବା ଭିନ୍ନକ୍ଷମ ପ୍ରମାଣପତ୍ର ସଂଖ୍ୟା ହେଉଛି 1.66 କୋଟି ।

ମହାମାରୀ ସମୟରେ ଦିବ୍ୟାଙ୍ଗ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ...

ଦିଲ୍ଲୀସ୍ଥିତ ଏନଜିଓ ନ୍ୟାସନାଲ ସେଣ୍ଟର ଫର ପ୍ରୋମୋସନ୍ ଅଫ୍ ଏମ୍ପ୍ଲୟମେଣ୍ଟ୍ ଫର ଡିଜେବଲ୍ ପିପୁଲ(ଏନସିପିଇଡିପି) ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ସାକ୍ଷାତକାରରେ ପ୍ରାୟ 73 ପ୍ରତିଶତ ଦିବ୍ୟାଙ୍ଗ ରାଇସନ ଏବଂ ସ୍ବାସ୍ଥ୍ୟସେବା ଅଭାବ ଭଳି ଗୁରୁତର ଆହ୍ବାନର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ଏନସିପିଇଡିପିର ସର୍ଭେରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ, ନିର୍ଦ୍ଦିଷ୍ଟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ 57 ପ୍ରତିଶତ କହିଛନ୍ତି ଯେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । 13 ପ୍ରତିଶତ ରାଇସନ ପାଇପାରୁନାହାଁନ୍ତି । 9 ପ୍ରତିଶତ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details