ନୂଆଦିଲ୍ଲୀ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ 14 ଫୁଟର ଚରଖା । ଦିଲ୍ଲୀ ସେକ୍ଟର-94ରେ ଲୋକାର୍ପିତ ହୋଇଛି ପ୍ଲାଷ୍ଟିକ ଚରଖା । 1250 କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ତରଳାଇ 8 ଫୁଟ ଦୈର୍ଘ୍ୟ ଓ 20 ଫୁଟ ଲମ୍ବା ବିଶିଷ୍ଟ ଚରଖା ନିର୍ମାଣ କରାଯାଇଛି । ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଏହା ସାରା ଦେଶରେ ସ୍ବଚ୍ଛତାର ବାର୍ତ୍ତା ପ୍ରଦାନ କରିବା । ତେବେ ପ୍ଲାଷ୍ଟିକରୁ ତିଆରି ହୋଇଥିବା ଚରଖା ଏବେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଗତ ଅକ୍ଟୋବର ମାସରୁ ସାରା ଦେଶରେ ପ୍ଲାଷ୍ଟିକ ମୁକ୍ତ ପରିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା - ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା
ଦିଲ୍ଲୀ ନୋଏଡାରେ ଲୋକାର୍ପିତ ହୋଇଛି ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ନିର୍ମିତ ଚରଖା । ବାପୁଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଏହା ସ୍ବଚ୍ଛତାର ବାର୍ତ୍ତା ଦେବ । ଅଧିକ ପଢନ୍ତୁ...
ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା
ନୋଏଡା କର୍ତ୍ତୃପକ୍ଷଙ୍କ 1250 ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ତରଳାଇ ଏହି ଚରଖା ନିର୍ମାଣ କରାଯାଇଛି। ଏହା ସହ 1650 କିଲୋଗ୍ରାମ ସ୍ତରର ବହୁତ ଗୁଡାଏ କାଠରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ଚରଖା ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଂସଦ ଡ.ମହେଶ ଶର୍ମା ଓ ବିଧାୟକ ପଙ୍କଜ ସିଂହ ସାମିଲ ଥିଲେ ।