ନୂଆଦିଲ୍ଲୀ: ଏଠି ଜେଜେ ମାଆ ତା' ନାତି ଓ ନାତୁଣୀକୁ ଗପ କହୁଛି । ଏଠାକାର ଲୋକକଥାରେ ବି ରାକ୍ଷସ,ଵୁଢୀ ଅସୁରୁଣୀର ସ୍ଥାନ ଆଛି । ତେଵେ ମିଳିଥିବା ଏକ ରୋଚକ ତଥ୍ୟ ଅନୁସାରେ କୋରୋନାକୁ ଏଠାରେ ରାକ୍ଷସ ସହିତ ତୁଳନା କରାଯାଉଛି । ଏହି କୋରୋନା ରାକ୍ଷସ ଆସିବ ନାହିଁ ବୋଲି ମୂରଵୀମାନେ ନିଜ ପିଲାଙ୍କୁ କହୁଛନ୍ତି ।
ଏସିଆରେ ଅବସ୍ଥିତ ଏକ ଦେଶ ହେଉଛି ତୁର୍କମେନିସ୍ତାନ। ଏଠାରେ ଆଜି ପର୍ଯ୍ୟନ୍ତ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏପରିକି ଏଠାକାର ସରକାର ମାସ୍କ ପିନ୍ଧି ବୁଲାବୁଲି କରିବା କିମ୍ବା ଏହି ମହାମାରୀ ବିଷୟରେ କଥାବାର୍ତ୍ତା ହେବା ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇଛି। କିନ୍ତୁ ଘରେ ପିଲାମାନଙ୍କୁ କୋରୋନା ଗପ କୁହାଯାଇ, ସଚେତନତା ସୃଷ୍ଟି କରାଯାଉଛି ।
ମଧ୍ୟ ଏସିଆର ଆଉ ଏକ ଦେଶ ହେଉଛି ତାଜିକିସ୍ତାନ। ଯେଉଁଠାକୁ ଲୋକମାନେ ମୁଖ୍ୟତଃ ପାହାଡ଼ ଚଢ଼ିବାକୁ ଯାଇଥାନ୍ତି। ଏଠାରେ ମଧ୍ୟ କୋରୋନା ହାର୍ ମାନିଛି। ବର୍ତ୍ତମାନ ସୁଦ୍ଧା ଏଠାରେ କୌଣସି ବି କୋରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଏଠାକାର ସରକାର ମାର୍ଚ୍ଚ ପହିଲାରୁ ୩୫ଟି ଦେଶର ନାଗରିକଙ୍କ ତାଙ୍କ ଦେଶକୁ ଆସିବାକୁ ମନା କରିଦେଇଛି। ବିଶ୍ୱର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଉତ୍ତର କୋରିଆ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା କବଳରୁ ମୁକ୍ତ ଅଛି। ଚୀନରେ କୋରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଉତ୍ତର କୋରିଆ ନିଜର ସୀମାକୁ ସିଲ୍ କରିଦେଇଥିଲା। ଯେଉଁ କାରଣରୁ କୋରୋନା ଯୁଦ୍ଧରେ ଆଜି ଉତ୍ତର କୋରିଆ ବିଜୟୀ ହୋଇଛି।