ଓଡିଶା

odisha

ETV Bharat / bharat

କଂଗ୍ରେସ ବିପର୍ଯ୍ୟୟର ବିକଳ୍ପ ବାଟ !

ନିର୍ବାଚନ ସରିଛି, ଜନାଦେଶ ବି ମିଳିସାରିଛି କିନ୍ତୁ ବିଜେପିର ବହୁଳ ବିଜୟ ପରେ ଅସୁସ୍ଥ ହୋଇପଡିଛି ଦେଶର ବୃହତ ଦଳ କଂଗ୍ରେସ । ଏହାରି ଭିତରେ ଅଧ୍ୟକ୍ଷ ପଦରୁ ଓହରିବା ପାଇଁ ଜିଦ୍ ଧରି ବସିଛନ୍ତି ରାହୁଲ ଗାନ୍ଧୀ । ତେବେ ଯଦି ଏହି ବିପର୍ଯ୍ୟୟରୁ କଂଗ୍ରେସ ବର୍ତ୍ତିବାକୁ ହେଲେ କଣ ରହିଛି ଦଳ ପାଖରେ ବିକଳ୍ପ ବ୍ୟବସ୍ଥା ।

By

Published : Jun 30, 2019, 5:54 PM IST

ଡ଼ିଜାଇନ୍ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ଜିତ୍ ପରେ ସମ୍ପୂର୍ଣ୍ଣ ଘାଇଲା କଂଗ୍ରେସ । ଉଠିବାକୁ ବି ବଳ ପାଉନି ଦଳ । ମୋଦି ସୁନାମୀରେ ଦେଶର ଏତେ ବଡ଼ ଦଳର ଏପରି ସ୍ଥିତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି
। ଆଉ ଏହାରି ଭିତରେ ପାର୍ଟିରେ ବହିଛି ଇସ୍ତଫା ଝଡ଼ । ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଜିଦ ଧରି ବସିରହିଛନ୍ତି ଗାନ୍ଧୀ ପରିବାର ଲାଡ଼ଲା ରାହୁଲ ଗାନ୍ଧୀ । ଦଳର ଅନେକ ବରିଷ୍ଠ ନେତା ରାହୁଲଙ୍କୁ ମନାଇବାକୁ ଲାଗିପଡ଼ିଥିଲେ ବି କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି ରାହୁଲ ।

କିଛି ନେତାଙ୍କ କହିବା ଅନୁଯାୟୀ, ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଗୋଟିଏ ଜିଦରେ ରାହୁଲ । ପଦ ଛାଡ଼ିବା ପରେ ଦଳ ପାଇଁ ତଳ ସ୍ତରରେ କାମ କରିବାକୁ ସେ ଏବେ ଚାହୁଁଛନ୍ତି । ଏବଂ ସଂଗଠନକୁ ନିମ୍ନସ୍ତରରୁ କିପରି ମଜଭୁତ କରିହେବ ସେଥିପାଇଁ ସେ ପ୍ରୟାସ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା । କିନ୍ତୁ ଏହାରି ଭିତରେ ସବୁଠାରୁ ବଡ କଥା ହେଉଛି ରାହୁଲ କରିବେ କଣ ? କେଉଁ ପଦବୀରେ ଦଳ ପାଇଁ ସାଜିବେ ସଞ୍ଜିବନୀ ? ଚଳିତ ଜନାଦେଶ କେବଳ କଂଗ୍ରେସ ପାଇଁ ବିପଦ ଆଣିଦେଇଛି ଏହା ନୁହେଁ, ପରନ୍ତୁ ଦେଶରେ ଥିବା ସମସ୍ତ ବଂଶବାଦ ଦଳ ପାଇଁ ମଧ୍ୟ ଏକପ୍ରକାର ସତର୍କ ଘଣ୍ଟି ସାଜିଛି ।

ଲୋକସବା ନିର୍ବାଚନ ପରେ ବିଜେପି ସାରା ଦେଶରେ ବିଜୟ ବାନା ଉଡ଼ାଇଛି । କଂଗ୍ରେସର ଗଡ଼ ଥିବା ଉତ୍ତର ପ୍ରଦେଶର ଆମେଥିରେ ବି ଭାଜପା ଉଡ଼ାଇଛି ନିଜର ବିଜୟ ବାନା । ଯାହା କଂଗ୍ରେସ ପାଇଁ ଥିଲା ସବୁଠୁ ବଡ଼ ବିପର୍ଯ୍ୟୟ । ଏହାପରେ ଦଳ ପକ୍ଷରୁ ମେ 25ରେ ବସିଥିଲା ସାଙ୍ଗଠନିକ ସମୀକ୍ଷା ବୈଠକ । ଯେଉଁଥିରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ରଖିଥିଲେ ରାହୁଲ ଗାନ୍ଧୀ ।

କିନ୍ତୁ କମିଟିର ସଦସ୍ଯମାନେ ଏପରି ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଦଳର ହାର୍ ପରେ ଆମେଥି ସମେତ ଅନେକ ଜିଲ୍ଲାର ସଭାପତି ଇସ୍ତଫା ଦେଇଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କମଳନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କିନ୍ତୁ ପଦ ଛାଡ଼ିବାର ସାହାସ ଦେଖାଇନାହାଁନ୍ତି । ଆଉ ଯଦି ଦଳ ମୁଖିଆ ରାହୁଲ ପଦ ଛାଡ଼ନ୍ତି, ତେବେ କଣ ରହିଛି କଂଗ୍ରେସ ପାଖରେ ବିକଳ୍ପ ରାସ୍ତା ?
ବିକଳ୍ପ-1
ଦଳ ପାଖରେ ରହିଥିବା ପ୍ରଥମ ବିକଳ୍ପ ହେଉଛି , ଯଦି ରାହୁଲ ଅଧ୍ୟକ୍ଷ ପଦ ଛାଡ଼ନ୍ତି ତେବେ ସେ କଂଗ୍ରେସର ସୁପ୍ରିମୋ କିମ୍ବା ସଂରକ୍ଷକ ଭାବେ କାର୍ଯ୍ୟ କରିବେ । ଏଥିପାଇଁ ବୋଧେ ରାହୁଲ ବୈଠକରେ କହିଛନ୍ତି ସଭାପତିରୁ ଇସ୍ତଫା ଦେବି କିନ୍ତୁ ପାର୍ଟି ପାଇଁ କଠୋର କାର୍ଯ୍ଯ ଜାରି ରଖିବି । ନୂଆ ଅଧ୍ୟକ୍ଷ ବାଛିବା ପାଇଁ ଚୟନ କମିଟିକୁ ରାହୁଲ ଦେଇଥିଲେ ମାସେ ସମୟ । ସମୟସୀମା ପୂରଣ ହେବାକୁ ଆଉ ବାକି ଅଛି ଅଳ୍ପ କେତୋଟି ଦିନ ।
ବିକଳ୍ପ-2
ଦ୍ବିତୀୟ ରାସ୍ତା ଦଳ ପାଖରେ, ରାହୁଲ ପଦବୀ ଛାଡ଼ିବା ପରେ ପାର୍ଟିର ଜଣେ ନେତାକୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଚୟନ କରିବା ଉଚିତ । ଯିଏ ରାହୁଲଙ୍କ ପ୍ରରୋଚନାରେ କାର୍ଯ୍ୟ କରୁଥିବେ ଏବଂ ମିଳିତ ଭାବେ ଦଳକୁ ମଜଭୁତ କରିବା ପାଇଁ ପ୍ରୟାସ କରିବେ । ଏହି କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ସବୁଠୁ ଆଗରେ ରାଜସ୍ଥାନର ଦୁଇ ନେତା ସଚିନ ପାଇଲଟ୍ ଓ ଅଶୋକ ଗେହଲଟ୍ ।
ବିକଳ୍ପ-3
ସେହିପରି ଦଳ ପାଖରେ ତୃତୀୟ ତଥା ଅନ୍ତିମ ରାସ୍ତା ଭଉଣୀ ପ୍ରିୟଙ୍କା । ରାହୁଲଙ୍କ ନେତୃତ୍ବକୁ ଦେଶବାସୀ ସମର୍ଥନ ଦେଉନଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ତେଣୁ 2024 ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଅବର୍ତ୍ତୀନ କରିବା ଦରକାର । ଦଳର ସତ୍ତା ଆଉ ଆସ୍ଥା ଜିତିବାକୁ ହେଲେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହେବାର ଲାଳସା ତ୍ଯାଗ କରିବାକୁ ପଡ଼ିବ ଏବଂ ଭଉଣୀଙ୍କ ହାତରେ ଦାୟିତ୍ବ ଭାର ଦେବା ଆବଶ୍ୟକ ।

ABOUT THE AUTHOR

...view details