ଓଡିଶା

odisha

ETV Bharat / bharat

ମ୍ୟାନହୋଲ ଆଗରେ 7ଘଣ୍ଟା ଛିଡା ହେଲେ ମହିଳା, ସାବାସୀ ଜଣାଇଲେ ଦେଶବାସୀ - Woman Stood For 7 Hours Near Manhole To Save People

ମୁମ୍ବାଇର ମାଥୁଙ୍ଗା ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଯାହା କାନ୍ତାମୂର୍ତ୍ତିଙ୍କ ନଜରରେ ପଡିଥିଲା । ତେବେ ସେ କେବଳ ରାସ୍ତାର ଜଳ ନିଷ୍କାସନ କରିନାହାଁନ୍ତି ବରଂ ଖୋଲା ମ୍ୟାନହୋଲରୁ ଲୋକଙ୍କୁ ସଚେତନ କରାଉଥିଲେ। ସେ ସାତ ଘଣ୍ଟା ଧରି କ୍ରମାଗତ ଭାବରେ ସେଠାରେ ଠିଆ ହୋଇ ଲୋକଙ୍କୁ ସଚେତନତା କରାଉଥିଲେ ।

ମ୍ୟାନହୋଲ ଆଗରେ 7ଘଣ୍ଟା ଠିଆ ହେଲେ ମହିଳା, ସାବାସୀ ଜଣାଇଲେ ଦେଶବାସୀ
ମ୍ୟାନହୋଲ ଆଗରେ 7ଘଣ୍ଟା ଠିଆ ହେଲେ ମହିଳା, ସାବାସୀ ଜଣାଇଲେ ଦେଶବାସୀ

By

Published : Aug 10, 2020, 10:23 PM IST

ମୁମ୍ବାଇ: ରାସ୍ତାରେ ଖୋଲା ମ୍ୟାନହୋଲରେ ପଡ଼ି ପ୍ରତିବର୍ଷ ଦେଶରେ ଶହ ଶହ ଲୋକ ପ୍ରାଣ ହରାନ୍ତି କିମ୍ବା ଗୁରୁତର ଆହତ ହୁଅନ୍ତି। ସଚେତନ ନାଗରିକଙ୍କ ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରେ ନାହିଁ। ତେବେ ମୁମ୍ବାଇର ଜଣେ ମହିଳା ମୁମ୍ବାଇର ମଝି ରାସ୍ତାରେ ଥିବା ମ୍ୟାନହୋଲ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ସଚେତନତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ମୁମ୍ବାଇର କାନ୍ତାମୂର୍ତ୍ତି ନାମକ ଏହି ମହିଳା ଏପରି କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ମ୍ୟାନହୋଲ ଆଗରେ 7ଘଣ୍ଟା ଠିଆ ହେଲେ ମହିଳା, ସାବାସୀ ଜଣାଇଲେ ଦେଶବାସୀ

ମୁମ୍ବାଇର ମାଥୁଙ୍ଗା ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଯାହା କାନ୍ତାମୂର୍ତ୍ତିଙ୍କ ନଜରରେ ପଡିଥିଲା । ତେବେ ସେ କେବଳ ରାସ୍ତାର ଜଳ ନିଷ୍କାସନ କରିନାହାଁନ୍ତି ବରଂ ଖୋଲା ମ୍ୟାନହୋଲରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଥିଲେ। ସେ ସାତ ଘଣ୍ଟା ଧରି କ୍ରମାଗତ ଭାବରେ ସେଠାରେ ଠିଆ ହୋଇ ଲୋକଙ୍କୁ ସଚେତନ କରାଉଥିଲେ । ଏହି ଘଟଣା ଅଗଷ୍ଟ 4 ତାରିଖ ବୋଲି ଜଣାପଡିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏନେଇ କାନ୍ତାମୂର୍ତ୍ତି କହିଛନ୍ତି, ମୁମ୍ବାଇରେ ଲଗାତାର ବର୍ଷା ପରେ ରାସ୍ତାଟି ପାଣିରେ ଭରପୁର ହୋଇଯାଇଥିଲା। ପାଣି ନିଷ୍କାସନ ନହେବା ଯୋଗୁଁ ରାସ୍ତାରେ କେବଳ ଜଳ ହିଁ ଦୃଶ୍ୟମାନ ହେଉଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଲୋକମାନେ ସେଠାରୁ ବାହାରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ସେ ଏକ ସମାଧାନର ବାଟ ବାହାର କରିଥିଲେ । ସେ ରାସ୍ତାର ମଧ୍ୟଭାଗରେ ଥିବା ମ୍ୟାନହୋଲ ଖୋଲିଦେଇଥିଲେ ଯାହା ଦ୍ବାରା ବର୍ଷା ଜଳ ରାସ୍ତାରୁ ନିଷ୍କାସନ ହୋଇପାରିଥିଲା । ତେବେ ଏପରି କରିବାବେଳେ ସେ ଜାଣିଥିଲେ ଯେ ଏକ ଖୋଲା ମ୍ୟାନହୋଲ ଦୁର୍ଘଟଣା ଘଟାଇପାରେ । ତେଣୁ ସେ ଏହାକୁ ଖୋଲିବା ପରେ ମ୍ୟାନହୋଲ ଉପରେ ଠିଆ ହୋଇ ଲୋକଙ୍କୁ ସଚେତନ କରାଉଥିଲେ । ଏହି ସମୟରେ ସେଠାକୁ ଆସୁଥିବା ପ୍ରତ୍ୟେକ ଯାନକୁ ସତର୍କ କରାଇ ଅନ୍ୟ ପାର୍ଶ୍ବରୁ ଯିବାକୁ ନିର୍ଦ୍ଦେଶ ଦେଉଥିଲେ କାନ୍ତାମୂର୍ତ୍ତି।

ତେବେ ସେହି ବାଟଦେଇ ଯାଉଥିବା କେତେକ ବ୍ୟକ୍ତି କାନ୍ତଙ୍କର ଏଭଳି କାର୍ଯ୍ୟ ଦେଖି ଖୁବ ପ୍ରସନ୍ନ ହୋଇଥିଲେ ଏବଂ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ତେବେ ରାସ୍ତାର ଜଳ ନିଷ୍କାସିତ ନହେବା ପର୍ଯ୍ୟନ୍ତ ସେ ମ୍ୟାନହୋଲକୁ ଖୋଲା ରଖି ନିଜେ ସେଠାରେ ଠିଆ ହୋଇଥିଲେ। ଏହି କାମ ପାଇଁ ସାତ ଘଣ୍ଟା ଲାଗିଥିଲା । ସେ ସେଠାରେ ସାତ ଘଣ୍ଟା ଧରି ନିରନ୍ତର ଛିଡା ହୋଇଥିଲେ । ଏହାପରେ ବିଏମସିର କିଛି ଅଧିକାରୀ ସେଠାରେ ପହଞ୍ଚି ତାଙ୍କୁ ଭର୍ତ୍ସନା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details