ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ସେନାକୁ ସଫଳତା ମିଳିଛି । 3 ବର୍ଷରେ 733 ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଭଳି ଏକ ତଥ୍ୟ ଦେଇଛି ଗୃହ ମନ୍ତ୍ରଣାଳୟ । ତେବେ ଚଳିତବର୍ଷ ଜୁନ 16 ସୁଦ୍ଧା 113 ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ସେନାକୁ ସଫଳତା, 3 ବର୍ଷରେ ନିପାତ 733 ଆତଙ୍କୀ - ନୂଆଦିଲ୍ଲୀ
ଜମ୍ମୁ ଓ କାଶ୍ମୀରରେ 3 ବର୍ଷରେ 733 ଆତଙ୍କବାଦୀ ନିପାତ ହୋଇଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି ।
ପ୍ରତିକାତ୍ମକ ଫଟୋ
ଏହା ସହ 2018 ମସିହାରେ 257, 2017 ମସିହାରେ 213 ଓ 2016ରେ 150 ଆତଙ୍କବାଦୀଙ୍କୁ ସଫା କରିଛି ସେନା । ସେପଟେ 2016ରୁ 2018 ମସିହା ପର୍ଯ୍ୟନ୍ତ ସମୁଦାୟ 253 ସୁରକ୍ଷାକର୍ମୀ ମଧ୍ୟ ଶହୀଦ ହୋଇଛନ୍ତି । 2016 ମସିହାରେ 82 ଜଣ, 2017ରେ 80 ଓ 2018ରେ 91ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ଜଣାପଡିଛି ।
ସେହିପରି 2018ରେ 614 ଘଟଣା ଘଟିଛି ଯେଉଁଥିରେ 39 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏହାସହ 2017ରେ 40 ଓ 2016ରେ 15 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ।