ଓଡିଶା

odisha

ETV Bharat / bharat

ଜମିବାଡି ବିବାଦ: ଶ୍ୱଶୁର-ଜ୍ବାଇଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଜମି ବିବାଦକୁ ନେଇ ଶ୍ୱଶୁର ଜ୍ବାଇଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଶ୍ୱଶୁରଙ୍କ ଗୁଳିରେ ଜ୍ବାଇଁ ଗୁରୁତର ଆହତ ହୋଇଥିବାବେଳେ ଶ୍ୱଶୁରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଜ୍ବାଇଁଙ୍କ ପରିବାର ଲୋକେ । ଘଟଣାସ୍ଥଳରେ ଶ୍ୱଶୁରଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ...

By

Published : Oct 6, 2020, 5:01 PM IST

ଜମିକୁ ନେଇ ଶଶୁର ଜ୍ବାଇଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଶଶୁର ମୃତ, ଜ୍ବାଇଁ ଗୁରୁତର
ଜମିକୁ ନେଇ ଶଶୁର ଜ୍ବାଇଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଶଶୁର ମୃତ, ଜ୍ବାଇଁ ଗୁରୁତର

ଭୋପାଳ:ଜମି ବିବାଦକୁ ନେଇ ଶ୍ୱଶୁର ଜ୍ବାଇଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଶ୍ୱଶୁର ଗୁଳିରେ ଜ୍ବାଇଁ ଗୁରୁତର ଥିବାବେଳେ ଜ୍ବାଇଁଙ୍କ ପରିବାର ଲୋକେ ଶ୍ୱଶୁରକୁ ପିଟିପିଟି ହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ପନବାର ଥାନା ନିକଟସ୍ଥ ଗହିଲବାର ଗାଁରେ । ଗୁରୁତର ଜ୍ବାଇଁକୁ ରିବାସ୍ଥିତ ସଞ୍ଜୟ ଗାନ୍ଧୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ୱଶୁରଙ୍କ ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଘଟଣାରେ 5 ଜଣଙ୍କୁ ଗିରଫ କରାଯିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ପନବାର ଥାନା ଅଧିନସ୍ଥ ଗହିଲବାର ଗାଁରେ ମଙ୍ଗଳବାର ସକାଳେ ଜମିକୁ ନେଇ ଶ୍ୱଶୁର ଓ ଜ୍ବାଇଁ ମଧ୍ୟରେ ଘୋର ବିବାଦ ସୃଷ୍ଟି ହୋଇଥିଲା । ଯେଉଁଥିରେ କଂଗ୍ରେସ ନେତା ସୁରେଶ ତିଓ୍ବାରୀ ଉତକ୍ଷିପ୍ତ ହୋଇ ନିଜ ଜ୍ବାଇଁ ଅନ୍ନୁ ମିଶ୍ର ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଅନ୍ନୁଙ୍କ ପରିବାର ଗୁଳି ଫୁଟିବାର ଶବ୍ଦ ଶୁଣି ସେଠାକୁ ଆସିଥିଲେ ଓ ସୁରେଶଙ୍କୁ ଏକ ବାଡିରେ ପିଟିପିଟି ହତ୍ୟା କରିଥିଲେ । ଅନ୍ନୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସଂପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ୱଶୁର ସୁରେଶ ତିଓ୍ବାରୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଘଟଣାରେ ସଂପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହିତ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details