ଓଡିଶା

odisha

ETV Bharat / bharat

ଫୋନ ପରେ ଭାରତରେ ଲାପଟପ ଲଞ୍ଚ କରିବ ହନର୍

ହନର୍ ମ୍ୟାଜିକ୍ ବୁକ୍ 15 ଫ୍ଲିପକାର୍ଟରୁ ବିକ୍ରି ହେବା ନେଇ କମ୍ପାନୀ ସୂଚନା ଦେଇଛି । ମଲ୍ଟିଟାସ୍କିଂ ୟୁର୍ଜସଙ୍କ ପାଇଁ ଏହି ଲାପଟପ୍ ଉପଯୁକ୍ତ ହେବ ବୋଲି କମ୍ପାନୀ ଦାବି କରିଛି । ହନର୍ ମ୍ୟାଜିକ୍ ବୁକ୍ 15ର ଗ୍ଲୋବାଲ୍ ମାର୍କେଟର ବଜାରରେ ଖବ୍ ରହିଛି । ଅଧିକ ପଢନ୍ତୁ...

By

Published : Jul 26, 2020, 6:06 AM IST

ଫୋନ ପରେ ଭାରତରେ ହୋନୋର୍ ଲଞ୍ଚ କରିବ ଲାପଟପ୍
ଫୋନ ପରେ ଭାରତରେ ହୋନୋର୍ ଲଞ୍ଚ କରିବ ଲାପଟପ୍

ନୂଆଦିଲ୍ଲୀ: ମୋବାଇଲ୍ ପ୍ରସ୍ତୁତକାରୀ କମ୍ପାନୀ ହନର୍ ଖୁବଶୀଘ୍ର ଭାରତୀୟ ବଜାରକୁ ନିଜର ଲାପଟପ୍ ଆଣିବାକୁ ଘୋଷଣା କରିଛି । କମ୍ପାନୀ ଭାରତରେ ଲାପଟପ୍ ଲଞ୍ଚ କରିବା ପାଇଁ ଇକମର୍ସ ସାଇଟ୍ ଫ୍ଲିପକାର୍ଟ ସହିତ ସହଭାଗୀ ହୋଇଛି ।

ଏହି ସହଭାଗୀତା ଅନୁଯାୟୀ, ଜୁଲାଇ 31ରେ ଖୁବଶୀଘ୍ର ଭାରତରେ ହନର୍ ମ୍ୟାଜିକ୍ ବୁକ୍ 15 ଲଞ୍ଚ କରିବ । ଭାରତୀୟ ଲାପଟପ୍ ମାର୍କେଟରେ ଏହା ଜିଓମି, ଏଚପି, ଡେଲ ଏବଂ ଲେନୋଭୋ ଭଳି କମ୍ପାନୀ ସହିତ ପ୍ରତିଦ୍ବନ୍ଦିତା କରିବ ।

ହନର୍ ମ୍ୟାଜିକ୍ ବୁକ୍ 15 ଫ୍ଲିପକାର୍ଟରୁ ବିକ୍ରି ହେବା ନେଇ କମ୍ପାନୀ ସୂଚନା ଦେଇଛି । ମଲ୍ଟିଟାସ୍କିଂ ୟୁର୍ଜସଙ୍କ ପାଇଁ ଏହି ଲାପଟପ୍ ଉପଯୁକ୍ତ ହେବ ବୋଲି କମ୍ପାନୀ ଦାବି କରିଛି । ହନର୍ ମ୍ୟାଜିକ୍ ବୁକ୍ 15ର ଗ୍ଲୋବାଲ୍ ମାର୍କେଟର ବଜାରରେ ଖୁବ୍ ରହିଛି । ତେବେ କମ୍ପାନୀ ଦାବି କରିଛି ଭାରତୀୟ ୟୁର୍ଜସ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରିବେ । ଏହି ଲାପଟପରେ ଫାଷ୍ଟ ଚାର୍ଜିଂ ସେବାକୁ ଅଗ୍ରାଧିକାର ଦିଆଯାଇଥିବା କମ୍ପାନୀ କହିଛି ।

ଏହି ଲାପଟପରେ ଏକ 65 ୱାଟ ଫାଷ୍ଟ ଚାର୍ଜର ଉପଲବ୍ଧ ହେବ । ଏଥିରେ ଏକ ୟୁଏସବିର ସି ଚାର୍ଜିଂ ପୋର୍ଟ ମଧ୍ୟ ମିଳିବ । ଗୋପନୀୟତାକୁ ଧ୍ୟାନରେ ରଖି ଏକ ପପ୍ଅପ୍ କ୍ୟାମେରା ଦିଆଯାଇଛି । ଏହା ବ୍ୟତୀତ ଫିଙ୍ଗରପ୍ରିଣ୍ଟର ପାୱାର ବଟନ୍ ମଧ୍ୟ ଦିଆଯାଇଛି । ଲାପଟପର ଓଜନ 1.53 କିଲୋଗ୍ରାମ ରହିଛି ।

ଏଥିରେ 1920x1080 ପିକ୍ସେଲର ରେଜୋଲୁସନ ସହିତ 15.60 ଇଞ୍ଚ ଡିସପ୍ଲେ ରହିବ । ଲାପଟପରେ 8 ଜିବି ରାମ୍(GB RAM) ଏବଂ 256 ଜିବି ଏସଏସଡି (GB SSD) ଷ୍ଟୋରେଜ୍ ରହିବ । ଏଥିରେ 3ଟି ୟୁଏସବି ପୋର୍ଟ, ଗୋଟିଏ ୟୁଏସବି 2.0, ଗୋଟିଏ ୟୁଏସବି 3.0 ଏବଂ ଗୋଟିଏ ୟୁଏସବି 3.1 ପୋର୍ଟ ରହିଛି । ଏଥିରେ ଏକ ଏଚଡିଏମଆଇ ପୋର୍ଟ, ହେଡଫୋନ୍ ଏବଂ ମାଇକ୍ ଜ୍ୟାକ୍ ମଧ୍ୟ ରହିଛି । ଭାରତରେ ଏହାର ମୂଲ୍ୟ ପ୍ରାୟ 40 ହଜାର ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି ।

ABOUT THE AUTHOR

...view details