ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଗୋଟିଏ ଦିନରେ ସର୍ବାଧିକ 79 କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ପର୍ଯ୍ୟନ୍ତ ସବୁଠାରୁ ଗୋଟିଏ ଦିନରେ ସର୍ବାଧିକ କୋରୋନା ପଜେଟିଭ ରିପୋର୍ଟ ରେକର୍ଡ ହୋଇଛି । ସୋମବାର 79ଟି ନୂତନ ମାମଲାକୁ ମିଶାଇ ରାଜ୍ୟର ମୋଟ 1275ରେ ରହିଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

Telangana
ତେଲେଙ୍ଗାନାରେ ଗୋଟିଏ ଦିନରେ ସର୍ବାଧିକ 79 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : May 12, 2020, 12:33 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଦିନକୁ ଦିନ କୋରୋନା ସ୍ଥିତି ଖରାପ ଦିଗକୁ ଗତି କରୁଛି । ଏପର୍ଯ୍ୟନ୍ତ ସବୁଠାରୁ ଗୋଟିଏ ଦିନରେ ସର୍ବାଧିକ କୋରୋନା ପଜିଟିଭ ରିପୋର୍ଟ ରେକର୍ଡ ହୋଇଛି । ସୋମବାର 79ଟି ନୂତନ ମାମଲାକୁ ମିଶାଇ ରାଜ୍ୟର ମୋଟ 1275ରେ ରହିଛି ସଂକ୍ରମଣ ସଂଖ୍ୟା ।

ସୂଚନା ଅନୁସାରେ ସୋମବାରକୁ ମିଶାଇ କ୍ରମାଗତ ତୃତୀୟ ଦିନ ପାଇଁ ରାଜ୍ୟରେ କୋରୋନା ସଂଖ୍ୟାରେ ଏକ ବଡ଼ ଧରଣ ବୃଦ୍ଧି ଘଟିଛି । ଗ୍ରେଟର ହାଇଦ୍ରାବାଦରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକଙ୍କୁ ମିଶାଇ ରାଜ୍ୟରେ 142 କୋରୋନା ରିପୋର୍ଟ ଗତ ତିନି ଦିନ ମଧ୍ୟରେ ହୋଇଛି । ଏମିତି ହଠାତ କୋରୋନା ସଂକ୍ରମଣ ରିପୋର୍ଟ ବଢିବା ପଛରେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଅନୁଯାୟୀ ସୋମବାର 50 ଜଣଙ୍କୁ ଡିସଚାର୍ଜ କରାଯାଇଥିଲା । ଏହାକୁ ମିଶାଇ ରାଜ୍ୟରେ ମୋଟ ଡିସଚାର୍ଜ ରୋଗୀଙ୍କ ସଂଖ୍ୟା 801କୁ ବୃଦ୍ଧି ପାଇଛି । ରାଜ୍ୟରେ 444 ସଂକ୍ରମିତ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୋମବାର ଦିନ କୌଣସି ମୃତ୍ୟୁ ହୋଇ ନ ଥିବାରୁ ମୃତ୍ୟୁ ସଂଖ୍ୟା 30 ରେ ଅପରିବର୍ତ୍ତିତ ରହିଛି ।

କୋରୋନା ମାମଲା ରାଜ୍ୟରେ ବିଗତ 7-10 ଦିନ ହ୍ରାସ ପାଇଥିଲା । ସରକାର ନିଶ୍ଚିତ ଥିଲେ ଯେ 8 ମେ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ମାମଲା ଆସିବ ନାହିଁ । ମାତ୍ର ହଠାତ୍ ବୃଦ୍ଧି ସରକାରଙ୍କୁ ଚିନ୍ତାରେ ପକାଇଛି ।

ରାଜ୍ୟର 33 ଟି ଜିଲ୍ଲା ମଧ୍ୟରୁ ରାଜଧାନୀ ହାଇଦ୍ରାବାଦ ସ୍ଥିତି ଉଦବେଗଜନକ ରହିଛି । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ଅଧିନରେ ହାଇଦ୍ରାବାଦ ଓ ଏହାର ଆଖପାଖ ଜିଲ୍ଲାରୁ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସମସ୍ତ ମାମଲାର ପ୍ରାୟ 60 ପ୍ରତିଶତ ଅଟେ ବୋଲି ସୂଚନା ଦିଆଯାଇଛି ।

ରାଜ୍ୟରେ ଗତ 14 ଦିନ ଧରି କୌଣସି ନୂଆ କୋରୋନା ମାମଲା ରିପୋର୍ଟ ହୋଇନଥିବା ଜିଲ୍ଲା ସଂଖ୍ୟା 26 କୁ ବୃଦ୍ଧି ପାଇଛି | ସେହିପରି ରାଜ୍ୟର ତିନୋଟି ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲି ବି କୋରୋନା ରିପୋର୍ଟ ଆସିନାହିଁ ।

ରାଜ୍ୟରେ ତିନୋଟି ରେଡ୍ ଜୋନ୍ ଜିଲ୍ଲା - ହାଇଦ୍ରାବାଦ, ରେଙ୍ଗା ରେଡ୍ଡୀ ଏବଂ ମେଡଚାଲ୍ ବୋଲି କୁହାଯାଇଛି ।

@IANS

ABOUT THE AUTHOR

...view details