ଅଲୱର: ଦେଶବ୍ୟାପୀ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଯାଇଛି । ହେଲେ ଏହାର 5ବର୍ଷ ପୂର୍ବରୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଲଢେଇ କରିଆସୁଛି ରାଜସ୍ଥାନର ଅଲୱର ଜିଲ୍ଲା। ରବିବାର ଆସିଲେ ଏକାଠି ହୁଅନ୍ତି ଜିଲ୍ଲାର ପ୍ରତ୍ୟେକ ନାଗରିକ । ଆଉ ଅଲୱର ସଫେଇ ଅଭିଯାନ ମାଧ୍ୟମରେ ବିଭିନ୍ନ ଗଳିକନ୍ଦି, ରାସ୍ତାଘାଟ ସହ କଲୋନୀରେ ସଫା କରନ୍ତି ।
ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ 'ହେଲ୍ପିଂ ହ୍ୟାଣ୍ଡ', 5 ବର୍ଷରୁ ଚଲାଇଛି ପ୍ରୟାସ - plastic story
ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ରାଜସ୍ଥାନ ଅଲୱର ଜିଲ୍ଲା ଚଳାଇଛି ପ୍ରୟାସ । ପ୍ରତି ରବିବାର ଜିଲ୍ଲାର ପ୍ରତ୍ୟେକ ନାଗରିକ ଏକାଠି ହୋଇ ସଫେଇ ଅଭିଯାନରେ ଲାଗି ପଡନ୍ତି । ଆଉ ଏହି ଅଭିଯାନ ପଛରେ ରହିଛି 'ହେଲ୍ପିଂ ହ୍ୟାଣ୍ଡ'ର ହାତ ।
'ହେଲ୍ପିଂ ହ୍ୟାଣ୍ଡ' ନାମକ ଏକ ସଂସ୍ଥା କିଛି ଯୁବପିଢୀଙ୍କୁ ନେଇ ମିଶନର ମୂଳଦୂଆ ପକାଇଥିଲା। ତେବେ ଏହି ସଂସ୍ଥା ଜିଲ୍ଲା ବାହାରେ ସକ୍ରିୟ ରହିବା ସହ ଏଥିରେ ସହଯୋଗ କରନ୍ତି ବହୁ ସ୍ବେଚ୍ଛାସେବୀ ସଙ୍ଗଠନ । ଦୀର୍ଘ 5ବର୍ଷ ଧରି ସଫଳତା ସହ ଆଗେଇ ଚାଲିଥିବା ଏହି ସଫେଇ କାର୍ଯ୍ୟକ୍ରମ 106 ସପ୍ତାହରେ ପହଞ୍ଚିଛି ।
ଅଦରକାରୀ ପ୍ଲାଷ୍ଟିକକୁ ସଂଗ୍ରହ କରିବା ପରେ ମ୍ୟୁନିସପାଲ କର୍ପୋରେସନକୁ ଏମାନେ ହସ୍ତାନ୍ତର କରିଥାନ୍ତି । ତେବେ ସବୁଠାରୁ ବଡ କଥା ହେଲା ସାର୍ବଜନିକ ସ୍ଥାନ ପାର୍କ ଭଳି ଜାଗାରେ ସଫେଇ ପାଇଁ ନିଜ ଖର୍ଚ୍ଚରୁ ସଫେଇ ବ୍ୟବହୃତ ସାମଗ୍ରୀକୁ କିଣିଥାନ୍ତି ଭଲ୍ୟୁଣ୍ଟର । ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତି ପାଇବା ପାଇଁ ଅଲୱର ଅଭିଯାନ ଏକ ସଫଳ ଉଦ୍ୟମ ।