ଓଡିଶା

odisha

ETV Bharat / bharat

ଦିଲ୍ଲୀରେ 7 ଦିନରେ 460 ସ୍ବାଇନ ଫ୍ଲ୍ୟୁ ରୋଗୀ ଚିହ୍ନଟ

ଗତ 7 ଦିନ ମଧ୍ୟରେ ଦିଲ୍ଲୀର ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ 460 ରୋଗୀ ଭର୍ତ୍ତି ହୋଇଛନ୍ତି । ଫେବୃଆରୀ 17 ରୁ 24 ମଧ୍ୟରେ ଦିଲ୍ଲୀରେ ସ୍ୱାଇନ ଫ୍ଲ୍ୟୁ କାରଣରୁ 460 ଜଣ ଅସୁସ୍ଥ ହୋଇଛନ୍ତି ।

By

Published : Feb 28, 2019, 3:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ନୂଆଦିଲ୍ଲୀ: ସାରା ଦେଶରେ କାୟା ବିସ୍ତାର କରୁଛି ସ୍ୱାଇନ ଫ୍ଲ୍ୟୁ। ଏହିକ୍ରମରେ ଗତ 7 ଦିନ ମଧ୍ୟରେ ଦିଲ୍ଲୀର ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ 460 ରୋଗୀ ଭର୍ତ୍ତି ହୋଇଛନ୍ତି । ଜାନୁଆରୀ 1ରୁ ଫେବୃଆରୀ 24 ତାରିଖ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା 2700କୁ ଅତିକ୍ରମ କରିଛି । ରିପୋର୍ଟ ଅନୁସାରେ, ଫେବୃଆରୀ 17 ରୁ 24 ମଧ୍ୟରେ ଦିଲ୍ଲୀରେ ସ୍ୱାଇନ ଫ୍ଲ୍ୟୁ କାରଣରୁ 460 ଜଣ ଅସୁସ୍ଥ ହୋଇଛନ୍ତି ।

ଅନୁସନ୍ଧାନକାରୀଙ୍କ କହିବାନୁଯାୟୀ, ଗତ କିଛି ଦିନ ମଧ୍ୟରେ ସ୍ୱାଇନ ଫ୍ଲ୍ୟୁ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିଲା । ତେବେ ପାଣିପାଗ ପରିବର୍ତ୍ତନ ଅନୁସାରେ ଏ ରୋଗର ଭୂତାଣୁ ସକ୍ରିୟ ହୋଇଥାଏ । ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ରୋଗରେ ଆକ୍ରାନ୍ତ ପୀଡିତଙ୍କ ସଂଖ୍ୟା ହ୍ରାସ ପାଇପାରେ ।

ଅପରପକ୍ଷେ ଡାକ୍ତରଙ୍କ କହିବାନୁଯାୟୀ, ହାର୍ଟ ସର୍ଜରୀ କିମ୍ବା ମଧୁମେହରେ ପୀଡିତ ରୋଗୀ ଏହି ଭୂତାଣୁରୁ ସତର୍କ ରହିବାର ଆବଶ୍ୟକ ରହିଛି ।

For All Latest Updates

ABOUT THE AUTHOR

...view details