ରାୟପୁର: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦିଲ୍ଲୀର ଏମ୍ସରେ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା । ବିଜେପିର ବରିଷ୍ଠ ନେତା ଜେଟଲୀ ଦିର୍ଘ ଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା...
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 2003ରେ ଛତିଶଗଡରେ ଯେବେ ବିଜେପି ସରକାର ଗଠନ ହୋଇଥିଲା ସେତବେଳେ ଅରୁଣ ଜେଟଲୀଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା । ବିଧାୟକଙ୍କୁ କିଣିବା ମାମଲାକୁ ସମ୍ଭାଳିବା ପାଇଁ ତତକାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ କେନ୍ଦ୍ରରୁ ଜେଟଲୀଙ୍କୁ ଛତିଶଗଡ ପଠାଇଥିଲେ ।
ବିଜେପି ସରକାରକୁ ଭାଙ୍ଗିବାକୁ ପୂର୍ବତନ ସିଏମ ଅଜିତ ଯୋଗୀ ଓ ପି ଆର ଖୁଣ୍ଟେଙ୍କ କାରସାଦିକୁ ପଣ୍ଡ କରିଥିଲେ ଜେଟଲୀ । ଯେତବେଳେ ଆଦିବାସୀ ବିଧାୟକଙ୍କୁ ନିଜ ପଟକୁ ଟାଣିବା ପାଇଁ ବିଧାନସଭାରେ ସମ୍ୟକ ବଳପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲେ ଏହି ଖବର ଜାଣିବାପରେ ଲାଲକୃଷ୍ଣ ଆଡଭାନୀ ଜେଟଲୀଙ୍କୁ ଛତିଶଗଡ ପଠାଇଥିଲେ । ଏହି ପ୍ରସଙ୍ଗର ଖୁଲାସା ତତକାଳୀନ ଭାଜପା ନେତା ବିରେନ୍ଦ୍ର ପାଣ୍ଡେ କରିଥିଲେ ।
ତେବେ ଏହି ସୂଚନା ପରେ ଆଡଭାନୀ ଜେଟଲୀଙ୍କୁ ଛତିଶଗଡ ପଠାଇଥିଲେ । ଆଉ ଜେଟଲୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରେସ କନଫରେନ୍ସ କରି ପୁରା ଘଟଣାକୁ ସମ୍ଭାଳି ନେଇଥିଲେ । ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିଲା ଆଉ 15 ବର୍ଷ ପଯ୍ୟନ୍ତ ବିଜେପି ଶାସନ ଚାଲିଥିଲା ।