ଓଡିଶା

odisha

ETV Bharat / bharat

ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିବ ପାକିସ୍ତାନ

ଭାରତର ଏୟାର ଷ୍ଟ୍ରାଇକ ପରେ ଚେତିଲା ପାକିସ୍ତାନ । ନିଜ ଦେଶରେ ଥିବା ସବୁ ଆତଙ୍କୀ ସଙ୍ଗଠନର ସମ୍ପତ୍ତିକୁ ଜବତ କରିବା ପାଇଁ ନିଷ୍ପତ୍ତି ନେଲେ ପିଏମ ଇମରାନ ଖାନ । ଦେଶରେ ଥିବା ସମସ୍ତ ଆତଙ୍କବାଦୀ ସଙ୍ଗଠନର ସମ୍ପତ୍ତି ସରକାର ଜବତ କରିବା ନେଇ ଇମରାନ କହିଛନ୍ତି ।

By

Published : Mar 5, 2019, 9:43 PM IST

ଫାଇଲ ଫଟୋ

ଇସଲାମାବାଦ: ଭାରତର ଏୟାର ଷ୍ଟ୍ରାଇକ ପରେ ଚେତିଲା ପାକିସ୍ତାନ । ନିଜ ଦେଶରେ ଥିବା ସବୁ ଆତଙ୍କୀ ସଙ୍ଗଠନର ସମ୍ପତ୍ତିକୁ ଜବତ କରିବା ପାଇଁ ନିଷ୍ପତ୍ତି ନେଲେ ପିଏମ ଇମରାନ ଖାନ । ଦେଶରେ ଥିବା ସମସ୍ତ ଆତଙ୍କବାଦୀ ସଙ୍ଗଠନର ସମ୍ପତ୍ତି ସରକାର ଜବତ କରିବା ନେଇ ଇମରାନ କହିଛନ୍ତି ।

ବିଶ୍ବ ସମୁଦାୟ ଓ ଜାତିସଂଘ ଚାପରେ ପାକିସ୍ତାନ ନିଜ ଦେଶରେ ସକ୍ରିୟ ଥିବା ଆତଙ୍କୀ ସଙ୍ଗଠନ ଉପରେ ଲଗାମ ଲଗାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ଏନେଇ ସୋମବାର ପାକିସ୍ତାନ ଏକ ଆଇନ ଆଣିଥିବା ଜଣାପଡିଛି । ଯେଉଁଥିରେ ଆତଙ୍କବାଦୀଙ୍କ ବିରୋଧରେ ସରକାର ବଡ ପଦକ୍ଷେପ ନେବେ ବୋଲି କୁହାଯାଉଛି ।

ତେବେ ଦେଶର ଆତଙ୍କବାଦୀ ନଥିବା କହିଆସୁଥିବା ପାକିସ୍ତାନ ଶେଷରେ ପରୋକ୍ଷରେ ଆତଙ୍କବାଦୀ ଥିବା କଥା ମାନିଛି । ଯାହା ବିଶ୍ବରେ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି ।

ABOUT THE AUTHOR

...view details