ଓଡିଶା

odisha

ETV Bharat / bharat

'ନୋବେଲ ପୁରସ୍କାରର ହକଦାର୍ ନୁହେଁ ଇମରାନ'

ଭାରତ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଇମରାନ ଶାନ୍ତି ବଜାୟୀ ୱିଂଙ୍ଗ କମାଣ୍ଡରକୁ ଭାରତ ଫେରିଥିଲେ । ଯାହାକୁ ନେଇ ପାକିସ୍ତାନୀ ସଂସଦରେ ଇମ୍ରାନ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାରର ପ୍ରସ୍ତାବ ଦିଆଯାଇଥିବା ବେଳେ ସେ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ଫାଇଲ ଫଟୋ

By

Published : Mar 4, 2019, 7:31 PM IST

ଇସଲାମାବାଦ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି ଇମ୍ରାନ ଖାନ । ଯେଉଁ ବ୍ୟକ୍ତି କାଶ୍ମୀର ବିବାଦ ସମାଧାନ କରି ପାରିବ ସେ ହିଁ ଏହି ସମ୍ମାନର ଅଧିକାରୀ ହୋଇପାରିବ ବୋଲି ଖୋଦ କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ।

ମିଗ-21 ଯୁଦ୍ଧ ବିମାନ ପାକିସ୍ତାନରେ ଖସି ପଡିବା ପରେ ପାକ୍ ସେନା ୱିଂଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନିଜ ହେପାଜତରେ ନେଇଯାଇଥିଲା । ସେପଟେ ଅଭିନନ୍ଦନଙ୍କୁ ଫେରିଇବା ପାଇଁ ଭାରତ ପକ୍ଷରୁ ବାରମ୍ବାର ଚାପ ପକାଯାଉଥିବା ବେଳେ ତାଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ପାକ ସରକାର । ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ତାଙ୍କୁ ଫେରାଇ ଥିବା ନେଇ କହିଥିଲା ପାକିସ୍ତାନ । ଯାହାକୁ ନେଇ ପାକିସ୍ତାନ ସଂସଦରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି, ସେ ଏହି ସମ୍ମାନର ଅଧିକାରୀ ନୁହନ୍ତି, ଯିଏ କାଶ୍ମୀର ବିବାଦ ସମାଧାନ କରି ପାରିବ ସେ ହିଁ ସମ୍ମାନର ଅସଲ ହକଦାର କୁହାଯିବ ।

For All Latest Updates

ABOUT THE AUTHOR

...view details